Home Covid ସଂକ୍ରମଣ ଅନୁଧ୍ୟାନ ପାଇଁ କମିଟି ଗଠିତ

ସଂକ୍ରମଣ ଅନୁଧ୍ୟାନ ପାଇଁ କମିଟି ଗଠିତ

ଭୁବନେଶ୍ୱର : କରୋନା ଟିକାର ଦୁଇଟି ଡୋଜ୍‍ ନେବାପରେ ବି କିଛି ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଖବର ସରକାରଙ୍କ ଦୃଷ୍ଟିକୁ ଆସିବାପରେ ଏହାରା ଅନୁଧ୍ୟାନ ଲାଗି ଏକ କମିଟି ଗଠନ ଲାଗି ସ୍ଥିର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇନଷ୍ଟିଟ୍ୟୁଟ ଅଫ୍‍ ଲାଇଫ ସାଇନ୍ସ (ଆଇଏଲ୍‍ଏସ) ଭୁବନେଶ୍ୱରର ନିର୍ଦ୍ଦେଶକ ଅଜୟ କୁମାର ପରିଡା କମିଟିର ଅଧ୍ୟକ୍ଷ ରହିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକତର ନିରଞ୍ଜନ ମିଶ୍ର କମିଟିର ସଦସ୍ୟ ସଂଯୋଗ ଥିବାବେଳେ ସଦସ୍ୟ ଭାବେ ଆରଏମ୍‍ଆରସି, ଭୁବନେଶ୍ୱରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, ଏସ୍‍ସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାର ମୁଖ୍ୟ ପ୍ରଫେସର ଡାକ୍ତର ନିରୂପମା ଚଇନି, ପୁଲମୋନାରୀ ମେଡିସିନି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଏମ୍‍.ଆର.ପଟ୍ଟନାୟକ, ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜେ.କେ.ପଣ୍ଡା ଏବଂ ସମ୍‍ ହସ୍ପିଟାଲର ରୁମାଟୋଲୋଜି ଏବଂ ଇମ୍ୟୁନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରୋ ସ୍ଥାନ ପାଇଛନ୍ତି ।

ଏହି କମିଟି କରୋନା ଟିକା ନେଇଥିବା ସଂକ୍ରମିତଙ୍କ ଉପରେ ଅନୁଧ୍ୟାନ କରବା ସହିତ ଏପିଡୋମିନୋଲୋଜିକାଲ, ମାଇକ୍ରୋବାୟୋଲୋଜିକାଲ, ଇମ୍ୟୁନୋଲୋଜିକାଲ, ଜେନୋମିକଏବଂ କ୍ଲିନିକାଲ ବିଷୟ ଉପରେ ଅଧ୍ୟୟନ କରି ଭବିଷ୍ୟତରେ ଆସିବାକୁ ଥିବା କୋଭିଡ ଲହର ପାଇଁ ଯୋଜନା ପ୍ରସ୍ତୁତ କରିବେ ।

LEAVE A REPLY

Please enter your comment!
Please enter your name here