Home General ଶ୍ୟାମ ଷ୍ଟିଲ୍‍ ପକ୍ଷରୁ ଅକ୍ସିଜେନ କନସେଣ୍ଟ୍ରେଟର ଦାନ

ଶ୍ୟାମ ଷ୍ଟିଲ୍‍ ପକ୍ଷରୁ ଅକ୍ସିଜେନ କନସେଣ୍ଟ୍ରେଟର ଦାନ

ଭୁବନେଶ୍ୱର : କୋଭିଡ୧୯ ବିରୁଦ୍ଧରେ ସଂପ୍ରତି ଚାଲିଥିବା ଲଢେଇକୁ ସମର୍ଥନ କରି ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି ।

କମ୍ପାନୀ ଓଡ଼ିଶା ରାଜ୍ୟ ମେଡିକାଲ ନିଗମକୁ ୨୦ଟି ଅମ୍ଳଜାନ ସାନ୍ଦ୍ରକ ହସ୍ତାନ୍ତର କରିଛି । ଓଡ଼ିଶା ରାଜ୍ୟ ମେଡିକାଲ ନିଗମର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଡା.ସୌଭାଗ୍ୟ ରଂଜନ ରଣସିଂହ ଏହି ଅମ୍ଳଜାନ ସାନ୍ଦ୍ରକଗୁଡିକ ଗ୍ରହଣ କରିଥିଲେ ।

ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆର ଡାଇରେକ୍ଟର ଶ୍ରୀ ଲଳିତ ବେରିୱାଲା କହିଛନ୍ତି, “ମହାମାରୀ ବିରୁଦ୍ଧରେ ଲଢେଇରେ ଦେଶର ପ୍ରତ୍ୟେକ ନାଗରିକଙ୍କ ସମ୍ମିଳିତ ପ୍ରୟାସ ଏବଂ ଦୃଢ ଇଛାଶକ୍ତିକୁ ଆମେ ସଲାମ କରୁଛୁ । କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ କନସେଣ୍ଟ୍ରେଟର ଗୁଡିକ ବିଶେଷ ଫଳପ୍ରଦ ହେଉଥିବା ଲକ୍ଷ୍ୟ କରାଯାଇଛି ।

ଆଗାମୀ ଦିନରେ ଆମେ ଓଡ଼ିଶା ସରକାରଙ୍କୁ ଅଧିକ ସମର୍ଥନ ଯୋଗାଇଦେବୁ । ଆମେ ଆଶାବାଦୀ ଯେ ସଠିକ ସମ୍ବଳ ଏବଂ ଆମର ପ୍ରିୟ ଦେଶବାସୀଙ୍କ ପାଇଁ ଆମର ସହାନୁଭୂତିକୁ ନେଇ ଆମେ କେବଳ ଏହି ସଙ୍କଟରୁ ତିଷ୍ଠି ରହିବା ନାହିଁ, ବରଂ ଆହୁରି ମଜଭୁତ ହୋଇ ବାହାରିବା ।”

ଚଳିତ ଦ୍ୱିତୀୟ ଲହର ସମୟରେ ଅଧିକରୁ ଅଧିକ କୋଭିଡ ରୋଗୀ ଶ୍ୱାସକ୍ରିୟା କଷ୍ଟ ଅନୁଭବ କରିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ପ୍ରଥମ ଲହରରେ ପରିଲକ୍ଷିତ ହୋଇନଥିଲା ଏବଂ ସେଥିପାଇଁ ଚଳିତ ଥର ଅମ୍ଳଜାନର ଅଧିକ ଆବଶ୍ୟକତା ଦେଖାଦେଇଛି । ସର୍ବାଧିକ ସଂଖ୍ୟକ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ଏହି ପ୍ରାଣଘାତୀ ଭୂତାଣୁ ବିରୋଧୀ ଲଢେଇରେ ସମସ୍ତ ସହାୟତା ଯୋଗାଇଦେବ ।

LEAVE A REPLY

Please enter your comment!
Please enter your name here