Home News in Odia ଶିଶୁ ଓ ମହିଳା ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଶାଖା

ଶିଶୁ ଓ ମହିଳା ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଶାଖା

ଭୁବନେଶ୍ୱର: ଶିଶୁ ଓ ମହିଳା ଅପରାଧ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଶାଖା ସହ ୬୨ଟି ବିଭିନ୍ନ ପଦବୀକୁ ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ସ୍ୱତନ୍ତ୍ର ଶାଖାରେ ପୋଲିସ ବିଭାଗ, ସାଇବର ଫୋରେନସିକ ଏବଂ ଆଇଟି ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଥିବା ବେଳେ ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫୋରେନସିକ୍‍ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀ ରହିବ ବୋଲି ଜଣାଯାଇଛି । ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବଇନ୍ସପେକ୍ଟର, ୮ ଜଣ ଏଏସଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବା ସହ ୫ଜଣ ତୃତୀୟ ଶ୍ରେଣୀ ପାହ୍ୟାର କର୍ମଚାରୀ ମଧ୍ୟ କାମ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ୱତନ୍ତ୍ର ଶାଖା ଖୋଲିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here