Home General ଶିଶୁଙ୍କ ପାଇଁ ସୁରକ୍ଷିତ ବାତାବରଣ ଜରୁରୀ

ଶିଶୁଙ୍କ ପାଇଁ ସୁରକ୍ଷିତ ବାତାବରଣ ଜରୁରୀ

ଖୋର୍ଦ୍ଧା : ଶିଶୁମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ୍‍) ଦ୍ୱାରା ଶିଶୁ ଯୌନ ନିର୍ଯ୍ୟାତନା କୁ ରୋକିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି । I ଏହି କର୍ମଶାଳା ରେ ୩୦ ଜଣ ଲୋକ ଭାଗ ନେଇଥିଲେ I

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଵାଣିଶ୍ରୀ ପଟ୍ଟନାୟକ ଏହି କର୍ମଶାଳା ରେ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ, ଜେଜେବି ର ସଦସ୍ୟ ଅଶୋକ କୁମାର ବେହେରା ଓ ଅଞ୍ଜୁରାମ, ବଶିଷ୍ଠ ଆଇନିଜ୍ଞ ସତ୍ୟ ରଞ୍ଜନ ଲାଲା ଓ ବିକ୍ରମ କେଶରୀ ଚମ୍ପତି ପ୍ରମୁଖ ଯୋଗ ଦେଇଥିଲେ I ପିକକ୍‍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାରେ ଉପସ୍ଥିତ ଥିଲେ I

ଏହି କର୍ମଶାଳାରେ ମୁଖ୍ୟତ ପୋକସୋ ଆକ୍ଟ, ଜେଜେ ଆକ୍ଟ,, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ନିମନ୍ତେ ଥିବା ସମସ୍ତ ଆଇନ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା I ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ବକ୍ତାମାନେ ନିଜର ମତ ରଖିଥିଲେ I ଶିଶୁ ମାନଙ୍କ ନିମନ୍ତେ ଏକ ସୁରକ୍ଷିତ ବାତାବରଣ ଯୋଗାଇଦେବା ସମସ୍ତଙ୍କ ଦାୟିତ୍ୱ I

ଚାଇଲ୍ଦ ଲାଇନ ପଲିସି କୁ ସମସ୍ତେ ମାନିବା ଓ ତାକୁ କାମରେ ଲଗାଇବା ପାଇଁ ସେମାନେ ମତ ରଖିଥିଲେ I ଏହି କର୍ମଶାଳା ରେ ସିସିଆଇ, ଚାଇଲଡ୍‍ ଲାଇନ୍‍ ଓ ପିଏଲଭି ର ସଦସ୍ଯ ମାନେ ଉପସ୍ଥିତ ଥିଲେ I ପିକକ୍‍ର ବିନୋଦ ଦାଶ, ଦେବଶିସ ମହପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରପରିଚାଳନା କରିଥିଲେ I

LEAVE A REPLY

Please enter your comment!
Please enter your name here