Home Administration ଶିଳ୍ପ ବିଭାଗରୁ ଅଲଗା ହେଲା ହସ୍ତଶିଳ୍ପ

ଶିଳ୍ପ ବିଭାଗରୁ ଅଲଗା ହେଲା ହସ୍ତଶିଳ୍ପ

ଭୁବନେଶ୍ୱର : ଶିଳ୍ପ ବିଭାଗରୁ ଅଲା ହୋଇଯାଇଛି ହସ୍ତଶିଳ୍ପ । ହସ୍ତତନ୍ତ ଓ ହସ୍ତଶିଳ୍ପ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖି ଶିଳ୍ପ ବିଭାଗରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ମିଶ୍ରଣ ପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ଲାଗିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ ସଂଖ୍ୟା ବିଭିନ୍ନ ପଦ ପଦବୀ ଚିହ୍ନଟ କରାଯାଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‍ଏସ୍‍ଏମ୍‍ଇ) ବିଭାଗ ଠାରୁ ଅଲଗା କରାଯାଇଛି । ଏହି ପଦ ପଦବୀରେ ଥିବା କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଏବଂ ଏମ୍‍ଏସ୍‍ଏମ୍‍ଇ ବିଭାଗ ପାଇଁ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଚାକିରିର ନିୟନ୍ତ୍ରଣ ଏମ୍‍ଏସ୍‍ଏମ୍‍ଇ ହାତରେ ରହୁଥିଲା ।

ଏହି ବ୍ୟବସ୍ଥା ଅନୁଯାୟୀ ହସ୍ତଶିଳ୍ପର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକ ହସ୍ତତଦନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ତତ୍ୱାବଧାନରେ ପରିଚାଳିତ ହେଉଥିଲେ ମଧ୍ୟ କାର୍ଯ୍ୟରତ କର୍ମଚାରୀମାନଙ୍କର ବଦଳି, ଅବସ୍ଥାନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧିନରେ ରହିଥିଲା ।

ଏହାଦ୍ୱାରା ହସ୍ତଶିଳ୍ପର ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମ ଆଦିର ସୁଚାରୁ ପରିଚାଳନାରେ ବାଧା ସୃଷ୍ଟି ହେଉଥିଲା । ଏହାକୁ ଦୂର କରିବାପାଇଁ ହସ୍ତଶିଳ୍ପ ଲଗି ସ୍ୱତନ୍ତ୍ର କ୍ୟାଡର ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରାଧିନ ଥିଲା ।

ସମ୍ପ୍ରତି ଓଡିଶା ହସ୍ତଶିଳ୍ପ ବିକାଶ ଅଧିକାରୀମାନଙ୍କ ନିଯୁକ୍ତି ପ୍ରକ୍ରିୟା ଓ ପରିଚାଳନା ନିମନ୍ତେ ରାଜ୍ୟ ସରକାର ‘ଓଡିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ, ୨୦୨୧’ ଘୋଷଣା କରିଛନ୍ତି । ଏହି ଅଧିକାରୀମାନେ ନିୟମ ଅନୁଯାୟୀ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ କାର୍ଯ୍ୟ କରିବେ ।