Home Industry ଶିଳ୍ପ ପ୍ରତିଷ୍ଠାନ ନିଅନ୍ତୁ ସମାଜର ଦାୟିତ୍ୱ

ଶିଳ୍ପ ପ୍ରତିଷ୍ଠାନ ନିଅନ୍ତୁ ସମାଜର ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟର ପ୍ରଗତିରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଏକ ଗୁରୁଦାୟିତ୍ୱ ରହିଛି । ସେହି ଗୁରୁଦାୟିତ୍ୱକୁ ରାଜ୍ୟର ଶିଳ୍ପ ପ୍ରତିଷ୍ଠାନମାନେ ଗୁରୁତ୍ୱର ସହ ହୃଦୟଙ୍ଗମ କରି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜ ପ୍ରତିଷ୍ଠାନକୁ ବିନିଯୋଗ କରିବା ଉଚିତ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଶା ପ୍ରକାଶ କରିଛନ୍ତି ।

ପରିବେଶ ସନ୍ତୁଳନ ସହ ଶ୍ରମିକମାନଙ୍କର କଲ୍ୟାଣ ସାଧନ, ଜନସାଧାରଣଙ୍କ ସହଭାଗିତା ଏବଂ ସାମାଜିକ ଦାୟିତ୍ୱବୋଧ ଉପରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଅଙ୍ଗୀକାରବଦ୍ଧତା ରହିବା ଉଚିତ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ଏହି ଅଭିମତ ରଖିଥିଲେ । ଭାରତରେ ଶିଳ୍ପ ପ୍ରତିଷ୍ଠାନର ସାମାଜିକ ଦାୟିତ୍ୱବୋଧ-‘ବିଚାରଧାରା ଏବଂ ଚ୍ୟାଲେଞ୍ଜ’ ଶୀର୍ଷକ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ତି୍ରପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସଂଜୟ କୁମାର ପଣ୍ଡା, ନାଲ୍‌କୋର ମାନବସଂଶାଧନ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଲୋଚନା ଚକ୍ରରେ ନିଜ ନିଜର ଅଭିମତ ରଖିଥିଲେ ।

ଆଲୋଚନା ଚକ୍ରର ପରିଚାଳନାରେ ବି.କେ. ମିଶ୍ର ଏବଂ ସହପରିଚାଳକ ସୁକାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲେ । ଉତ୍ତମ ସାମାଜିକ ଦାୟିତ୍ୱବୋଧ ପାଳନ ସହ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୩୦ ଜଣ ବିଶିଷ୍ଟ ସମାଜସେବୀଙ୍କୁ ବାଚସ୍ପତି ଡ.ପାତ୍ର ଫୁଲତୋଡ଼ା, ଉତ୍ତରୀୟ ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here