Home Environment ଶିମିଳିପାଳ ଅଗ୍ନି ନିୟନ୍ତ୍ରଣାଧୀନ

ଶିମିଳିପାଳ ଅଗ୍ନି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର : ଶିମିଳିପାଳ  ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳ କେବଳ ଓଡିଶା ବା ଭାରତର  ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ଶିମିଳିପାଳ  ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡା. ମୋନା ଶର୍ମା କହିଥିଲେ ଯେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟି ନାହିଁ ।

ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ ଏସ୍‍ଓପି ଜାରି କର ଯାଇଛି  ଏବଂ ବଡ ବଡ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ । ଅଗ୍ନି ସର୍ତକତା ସଂକ୍ରାନ୍ତରେ ପ୍ରତି ସଂଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫ୍‍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ବୋଲି ଡା ମୋନା ଶର୍ମା କହିଛନ୍ତି । ପିସିସିଏଫ୍‍ ୱାଇଲ୍ଡ ଲାଇଫ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଏହି ବୈଠକ ରେ ମୁଖ୍ୟମନ୍ତ୍ରୀ ସଚିବ ଭି. କେ. ପାଣ୍ଡିଆନ , ପିସିସିଏଫ୍‍ ୱାଇଲ୍ଡ ଲାଇଫ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।