Home General ଶିକ୍ଷା ସମସ୍ତ ଶିଶୁଙ୍କର ଅଧିକାର

ଶିକ୍ଷା ସମସ୍ତ ଶିଶୁଙ୍କର ଅଧିକାର

ଭୁବନେଶ୍ୱର : ଶିକ୍ଷା ସମସ୍ତ ଶିଶୁଙ୍କର ଅଧିକାର ଓ ଏଥି ପାଇଁ ସମସ୍ତେ ଚେଷ୍ଟିତ ହେବା ଉଚିତ୍ । ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍) ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହା କହିଛନ୍ତି  ହାଇକୋର୍ଟ ର ପୂର୍ବତନ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବି. ପି. ଦାସ ।  

ଡିଜିଟାଲ ମଞ୍ଚ ରେ ସାତଦିନ ଧରି ଚାଲିଥିବା ୩୨ ତମ ପିକକ୍ ଶିଶୁମେଳା ର ଆଜିଥିଲା ଅନ୍ତିମ ଦିବସ । ଶିଶୁ ମାନଙ୍କର ଅନ୍ତର୍ନିନିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳା ର  ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ଶିଶୁମେଳାରେ  ଓଡିଶା ତଥା ଓଡିଶା ବାହାରର  ବିଭିନ୍ନ ରାଜ୍ୟର ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ଓଡିଶୀ ରିସର୍ଚ ସେଣ୍ଟର ସମସ୍ତ କୋଭିଡ ସୁରକ୍ଷା ନିୟମ କୁ ପାଳନ କରି ଅନୁଷ୍ଠିତ ହୋଇଥିଲା ଓ ଫେସବୁକ ର ପିକକ୍‍ ପେଜ୍‍ ଓ ୟୁଟ୍ୟୁବ ଚାନେଲ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା ।      

ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବାଦ ର ମୁଖ୍ୟ ସମ୍ପାଦକ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଧାୟକ ସୌମ୍ୟ  ରଞ୍ଜନ ପଟ୍ଟନାୟକ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ପିତାମାତା ମାନେ ମଧ୍ୟ ପିଲାମାନଙ୍କର ଇଚ୍ଛା ଓ ରୁଚି କୁ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ। ମାତୃଭାଷା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ଅଧକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ଶିଶୁ ସୁରକ୍ଷାପାଇଁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡଃ ସହଦେବ ସାହୁ, ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ତଥା ପିକକ୍‍ ର ଶିଶୁ ଅଧିକାର ପ୍ରସାର ନିମନ୍ତେ ଗୁଡୱିଲ ଅମ୍ବାସଡର ଭୁମିକା ଦାଶ, ପିକକ୍‍ ର ଖେଳ ଅଧିକାର ପ୍ରସାର ନିମନ୍ତେ ଗୁଡୱିଲ ଅମ୍ବାସଡର ତଥା ଖେଳାଳି ଅଂଶିକା ରାଉତରାୟ, ଅଲମ୍ପିଆନ୍ ଅନୁରଧା ବିଶ୍ୱାଳ,  ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

 ଶିଶୁମେଳା କମିଟି ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ପିକକ୍ ର ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ପଣ୍ଡା କୋଭିଡ ପରବର୍ତ୍ତି ସମୟରେ ଶିଶୁ ମାନଙ୍କ ସୁରକ୍ଷା କୁ ନେଇ ବିସ୍ତରିତ ଯୋଜନା ପ୍ରସ୍ତୁତି ର ଆବଶ୍ୟକତା ଅଛି ବୋଲି କହିଥିଲେ ଓ ପିକକ୍‍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।   

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । ଜଗତସିଂହପୁର ସଲାଣ୍ଟି ଗ୍ରାମର କାହ୍ନୁ ଚରଣ ମଲ୍ଲିକ ଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୧”, ଭୋଗରାଇ ର ଗୁଜଡିହା ଗ୍ରାମ ର ଶୁଭେନ୍ଦୁ ଶେଖର ଦାସ ଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୧, ଭୁବନେଶ୍ୱର ର ଶୋଭନା ନାୟକ ଙ୍କୁ  “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୧,  ଭୁବନେଶ୍ୱର ର ଶିଶୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ମିଶ୍ର ଙ୍କୁ “ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୧”, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ଭୁବନେଶ୍ୱର ର ମିସି କ୍ୱିନି ପଣ୍ଡା ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୧”, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କୁମାରୀ ସବିତା ଟୋପ୍ପୋ ଙ୍କୁ “ ସୁଷମା ମହପାତ୍ର ସ୍ମାରକୀ କ୍ରୀଡାବିତ୍‍ ସମ୍ମାନ ୨୦୨୧” ଏବଂ ତନ୍ମୟ କୁମାର ସାମନ୍ତରାୟ ଓ ପ୍ରତ୍ୟାଶା ବିଶ୍ୱାଳ ଙ୍କୁ ୫ ମ ଶ୍ରେଣୀ  ବୃତ୍ତି ପରୀକ୍ଷାରେ କୃତିତ୍ଵ ପାଇଁ “କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୧ ରେ ସମ୍ମାନିତ କରଯାଇଥିଲା ।

ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ରାଧା ଚରଣ ପୃଷ୍ଟି ଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୧ ”, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଙ୍କୁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୧”, ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ରାଜ ଙ୍କୁ  “ଶିଶୁ ସାଥି ସମ୍ମାନ ୨୦୨୧”, ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା ଙ୍କୁ ସମାଜସେବା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୧” ତଥା ମହିଳା ପଞ୍ଚାୟତ ପ୍ରତିନିଧି ଓ ପୁରୋହିତପୁର ର ସରପଞ୍ଚ ଶ୍ରୀମତୀ କବିତା ମାଝି  ଙ୍କୁ “ଆରାଧନା ନନ୍ଦ ସ୍ମାରକୀ  ସମ୍ମାନ ୨୦୨୧” ସମ୍ମାନିତ କରଯାଇଥିଲା । କୋଭିଡ ସମୟରେ ଟେକ୍ନୋଲୋଜି ସହାୟତା ପାଇଁ  ସୁଶ୍ରୀ ଶୈଲାନୀ ସୁମନ ଓ ସୁଶ୍ରୀ ସଞ୍ଜନା ମହାନ୍ତି ଙ୍କୁ ବିଶେଷ ଭାବରେ ସମ୍ମାନିତ କରଯାଇଥିଲା ।

ବିଭିନ୍ନ ସନ୍ଧ୍ୟାରେ ଓଡିଶା ତଥା ରାଜ୍ୟ ବାହାରର ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ୟ୍ୟକ୍ରମ ର ପରିବେଷଣ କରାଯାଇଥିଲା  ।ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ସନ୍ଧ୍ୟା କାନୁନଗୋ, ବିଶ୍ୱଜିତ, ସତ୍ଯସୁନ୍ଦର, ଅତିଷ୍ନୁ ପ୍ରମୁଖ ପରିଚାଳନା କରିଥିଲେ ଓ ଶୀନିବାସ ଘଟୁଆରୀ (ମିଲନ) ଏହି କାର୍ଯ୍ଯକ୍ରମ ର ସଂଯୋଜନା କରିଥିଲେ ।