Home Administration ଶପଥ ନେଲେ ନୂଆ ମେୟର

ଶପଥ ନେଲେ ନୂଆ ମେୟର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ନୂଆ ମେୟର ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିବାବେଳେ ଡ଼େପୁଟି ମେୟର ପଦ ପାଇଁ ନିର୍ବାଚନ ପ୍ରକିୟା ସମାପ୍ତ ହୋଇଅଛି । ରାଜ୍ୟ ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକ ଆଜି ନୂଆ ମେୟରଙ୍କୁ ଶପଥପାଠ କରାଇଥିଲେ ।

ପ୍ରଥମେ ମେୟର ପଦବୀ ପାଇଁ ଶ୍ରୀମତୀ ଦାସଙ୍କ ଶପଥ ପାଠ ପରେ ସମସ୍ତ ଉପସ୍ଥିତ ନିର୍ବାଚିତ କର୍ପୋରେଟର ମାନଙ୍କ ଶପଥ ପାଠ କରାଇଥିଲେ ଶ୍ରୀ ନାୟକ । ଶପଥ ପାଠ ପରେ କମିଶନର ସଂଜୟ କୁମାର ସିଂହ ମାନ୍ୟବର ମେୟରଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହାପରେ ମେୟରଙ୍କୁ ନିଜସ୍ୱ ଦପ୍ତରକୁ ସ୍ୱାଗତ କରାଯାଇଥିଲା । ଏଠାରେ ଜନସାଧାରଣ ଏବଂ ବି ଏମ୍ ସି ର ପଦାଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ସନ୍ଦେଶ ଦେଇଥିଲେ ।

କାର୍ଯ୍ୟକ୍ରମ ଅନୁଯାୟୀ ଡ଼େପୁଟି ମେୟର ପଦ ପାଇଁ ପ୍ରାଥ୍ରି୍ର୍ରପତ୍ର ଆହ୍ୱାନ କରାଯାଇଥିଲା । ଏଥିରେ ଜଣେ ମାତ୍ର ପ୍ରାର୍ଥି ୱାର୍ଡ଼ ନଂ-୨୨ ର କର୍ପୋରେଟର ମଞ୍ଜୁଲତା କହଁର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଦାଖଲ ସମୟ ମଧ୍ୟରେ ଆଉ କୌଣସି ପ୍ରାର୍ଥି ପ୍ରାର୍ଥିପତ୍ର ଦେଇନଥିଲେ । ତେଣୁ ପର୍ଯ୍ୟାୟ କ୍ରମେ ଏହି ନିର୍ବାଚନ ସମୟ ଅବଧି ଶେଷ ହେବାପରେ ମଞ୍ଜୁଲତା କହଁରଙ୍କୁ ଡ଼େପୁଟି ମେୟର ଭାବେ ଘୋଷଣା କରାଯାଇଥିଲା । ଏହାପରେ ଡ଼େପୁଟି ମେୟରଙ୍କୁ ନିଜସ୍ୱ ଦପ୍ତରରେ ଆସନ ଗ୍ରହଣ କରିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଥିଲା ।

ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ବି ଏମ୍ ସି ଅଧିକାରୀ ଏବଂ କର୍ମଚାରୀ ତଥା ମହାନଗର ନିଗମର ସମସ୍ତ ନାଗରିକଙ୍କ ସହଯୋଗରେ ଏହି ସହରକୁ ବିଶ୍ୱ ସମୁଦାୟ ସମ୍ମୁଖରେ ଅଧିକରୁ ଅଧିକ ପ୍ରତିଷ୍ଠିତ କରିବା ପାଇଁ ମୁଁ ପ୍ରତିବଦ୍ଧ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । ତୃଣମୂଳ ସ୍ତରରେ ବି ଏମ୍ ସି ସେବା କିପରି ଅଧିକରୁ ଅଧିକ ପହଂଚି ପାରିବ ସେଥିପାଇଁ ଚେଷ୍ଟା ଅବ୍ୟାହତ ରଖିବାକୁ ସେ ମତ ଦେଇଛନ୍ତି ।

ଅନ୍ୟ ପକ୍ଷରେ ପୌର ପ୍ରଶାସକ କହିଛନ୍ତି ଯେ, ଆଜିର ଶପଥ ଗ୍ରହଣ ଏବଂ ଡ଼େପୁଟି ମେୟରଙ୍କର ନିର୍ବାଚନ ପ୍ରକ୍ରିୟା ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଧିବଦ୍ଧ ଭାବେ ପାଳନ କରାଯାଇଛି ଏବଂ ଏଥିରେ କୌଣସି ପ୍ରକାର ବିଶୃଙ୍ଖଳା ପରିଲକ୍ଷିତ ହୋଇନାହିଁ, ଆଜିର ଶପଥ ଗ୍ରହଣ ଏବଂ ନିର୍ବାଚନ ପ୍ରକ୍ରିୟା ବାବଦରେ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିବାର ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here