Home Environment ଲଘୁଚାପ ପ୍ରଭାବରେ ପୁଣି ବର୍ଷିବ

ଲଘୁଚାପ ପ୍ରଭାବରେ ପୁଣି ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ଲଗାତାର ଭାବେ ବର୍ଷା ହେଉଥିବାବେଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନୂଆ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ପାଣପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତର-ପୂର୍ବ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ସୃଷ୍‍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଞ୍ଚମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ।

ସଂପୃକ୍ତ ଲଘୁଚାପ ମଧ୍ୟ ଟ୍ରପୋସଫେରିକ୍ ସ୍ତରକୁ ବ୍ୟାପିଥାଏ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସ୍ଥିତି ସଂକ୍ରାନ୍ତରେ ଅଧିକ ଭାବେ ଜଣାପଡିବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି ।

ଲଘୁଚାପ ପ୍ରଭାବରେ ଆଜି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ପାଣିପାଗ କେନ୍ଦ୍ର ଚେତାବନୀ ଦେଇଛି ଯେ ଲଘୁଚାପ ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଉପୁଜିବା, ମ୍ୟୁନିସିପାଲିଟି ସେବାରେ ଅସ୍ଥାୟୀ ବ୍ୟାଘାତ, ସହରାଞ୍ଚଳରେ ଯାତାୟାତରେ ଅସୁବିଧା ଏବଂ ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖାର ଜଳ ସ୍ତର ବୃଦ୍ଧି ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଉଦ୍ୟାନ କୃଷି ଫସଲର କିଛି କ୍ଷତି ମଧ୍ୟ ହୋଇପାରେ ବୋଲି ଏଥିରେ କୁହାଯାଇଛି ।

ଏଥିସହ ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ୩୦ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି ।

LEAVE A REPLY

Please enter your comment!
Please enter your name here