Home Education ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ପଦବୀ ଖାଲି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ ଶିକ୍ଷକ ଓ ୧୬୬୦ ଅଣଶିକ୍ଷକ ପଦବୀ ଖାଲି ପଡିଛି । ପଦବୀ ଖାଲି କ୍ଷେତ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠାରୁ ଆଗରେ ରହିଛି ।

 ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ଶିକ୍ଷକ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ପଡିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ଶିକ୍ଷକ ପଦବୀ ଓ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୧୨୬ ଶିକ୍ଷକ ଓ ୬୭୯ଟି ଅଣଶିକ୍ଷକ ପଦବୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟି ଶିକ୍ଷକ ପଦବୀ, କଳହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦନବୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୧ ଟି କରି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଛି ।