Home Administration ରାତି ୯ଟାରୁ କର୍ଫ୍ୟୁ

ରାତି ୯ଟାରୁ କର୍ଫ୍ୟୁ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବଢିଲା କରୋନା କଟକଣା । ଏ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସୂଚନା ଦେଇଛନ୍ତି ।

ନୂତନ କଟକଣା ଅନୁଯାୟୀ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେବ । ପୂର୍ବରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ରାତି ୧୦ ଟା ଥିଲା । ରାତ୍ରୀ ୯ଟା ପରେ ଦୋକାନ ବଜାର ଓ ମଲ ବନ୍ଦ ହେବ । ଦୋକାନ ବଜାର ମଲ୍‍ରେ ଗହଳି ହେଲେ ୭ଦିନ ପର୍ଯ୍ୟନ୍ତ ସିଲ୍‍ ହେବ ।

ଅତ୍ୟାବଶ୍ୟକ ସେବା ବ୍ୟତିତ କଫ୍ୟୁ ସମୟରେ ଅନ୍ୟ କାହାରିକୁ ଛଡା ଯିବନି । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ । ରାଜନୈତିକ, ଖେଳକୁଦ, ଶୈଖିକ ସମାବେଶରେ ସର୍ବାଧିକ ୧୦୦ ଲୋକ ଯୋଗ ଦେଇପାରିବେ । ଫିଲ୍ମ ହଲ୍‍ରେ ସମାବେଶ ହେଲେ କ୍ଷମତାର ୫୦ ପ୍ରତିଶତ ଲୋକ ଉପସ୍ଥିତ ରହିବେ । ଏକ୍ସପୋ, ମେଳା, ଟ୍ରେଡଫେୟାର ଆଦି ଆୟୋଜନ ହୋଇପାରିବ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା ।

ଶିକ୍ଷାନୁଷ୍ଠାନ ପକ୍ଷରୁ ପିକନିକ୍‍ ଆୟୋଜନ ହୋଇପାରିବ ନାହିଁ । ହୋଟେଲ, ବାର୍‍ ରାତି ୯ଟା ପର୍ଯ୍ୟନ୍ତ ଖୋଲା : ୫୦ ପ୍ରତିଶତ କ୍ଷମତାରେ ଚାଲିବ । ମକର ମେଳା, ପୁଷ୍‍ ପୁନେଇ ଭଳି ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ରାସ୍ତାକଡ ଦୋକାନରେ ଏକକାଳୀନ ୫ରୁ ଅଧିକ ଲୋକ ରହିବେ ନାହିଁ ।

ବସରେ ଗଲାବେଳେ ସମସ୍ତେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ମୁକ୍ତାକାଶ ଯାତ୍ରା ପାଇଁ ମାସ୍କ ପରିଧାନ, ସାନିଟାଇଜର ଓ ସାମାଜିକ ଦୂରତା ବାଧ୍ୟତାମୂଳକ । ସିନେମାହଲ, ମଲ୍ଟିପ୍ଲେକ୍ସ ଆଦିରେ ଅଧା କ୍ଷମତାରେ ଚାଲିବ । ନନ୍ଦନକାନ, ବଟାନିକାଲ ଗାର୍ଡନ ଓ ମ୍ୟୁଜିୟମରେ ଅନ୍‍ଲାଇନ୍‍ ଟିକଟ କରି ଧାଡିରେ ଯିବେ ।

ସରକାରୀ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ରହିପାରିବେ ନାହିଁ । ସର୍ବାଧିକ ୫୦ ଲୋକଙ୍କୁ ନେଇ ଇନ୍‍ଡୋର ଓ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ବାହାଘର, ବ୍ରତଘରରେ ୧୦୦ ଲୋକଙ୍କୁ ଯୋଗ ଦେଇପାରିବେ । ବାହାଘର ପ୍ରସେସନରେ ସର୍ବାଧିକ ୩୦ ଲୋକ ଯାଇପାରିବେ । ବାହାଘରରେ ହଳଦୀ, ମେହେନ୍ଦୀ ଆଦି ପାଇଁ ମିଳିବନି ଅନୁମତି ।

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ବାହାଘର ଆୟୋଜକ ଦାୟୀ ରହିବେ । ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଲୋକ ସାମିଲ ହୋଇପାରିବେ । ଓଡିଶା ରାଜ୍ୟ ସରକାରଙ୍କ ଦପ୍ତରଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ଘରୋର ସଂସ୍ଥା ଅଳ୍ପ ଲୋକଙ୍କୁ ନେଇ ଚାଲିବାକୁ ପ୍ରୋତ୍ସାହିତ କରାଯିବ ।

ରାଜ୍ୟ ସରକାର ଜୀବନ ଜୀବିକା ପ୍ରତି ସଜାଗ ଅଛନ୍ତି । ଅଧିକ କଟକଣା ଜାରି ହୋଇନାହିଁ । ସମସ୍ତେ ଏହାକୁ ସଫଳତାର ସହ ପାଳନ କଲେ ଅଧିକ କଟକଣା ଲଗାଇବାକୁ ପଡିବନାହିଁ ବୋଲି ଏସ୍‍ଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here