Home Environment ରାଜଧାନୀ ସବୁଠୁ ତତଲା

ରାଜଧାନୀ ସବୁଠୁ ତତଲା

123
0

ଭୁବନେଶ୍ୱର : ରାଜଧାନୀ ଆଜି ରାଜ୍ୟର ସବୁଠାରୁ ଅଧିକ ତତଲା ସହର ପାଲଟିଛି । ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱରରେ ସବୁଠାରୁ ଅଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଛି । କିଛି ଦିନର ବ୍ୟବଧାନପରେ ରାଜଧାନୀର ଏଭଳି ତତଲା ପାଗରେ ଲୋକେ ଆଉଟୁ ପାଉଟୁ ହୋଇଛନ୍ତି ।

ଭୁବନେଶ୍ୱର ପଛକୁ ରହିଛି ବୌଦ । ବୌଦରେ ଆଜିର ତାପମାତ୍ରା ୪୨ଡିଗ୍ରୀ ରେକର୍ଡ ହୋଇଥିାବବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ସମ୍ବଲପୁରରେ ୪୧, ଝାରସୁଗୁଡାରେ ୪୦.୫, ଅନୁଗୁଳ ଓ ବଲାଙ୍ଗିରରେ ୪୦.୩ କରି ଏବଂ ତାଳଚେରରେ ୪୦.୧ ଡିଗ୍ରୀ ରେକର୍ଡ ହୋଇଛି । ଭବାନୀପାଟଣା ଓ ନୟାଗଡରେ ଆଜିର ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ କରି ରେକର୍ଡ ହୋଇଛି ।

ଆଜି ଦିନ ତାପମାତ୍ରା ସବୁଠାରୁ କମ୍‍ ୩୩.୬ ଡିଗ୍ରୀ ଗୋପାଳପୁର ଠାରେ ରେକର୍ଡ ହୋଇଥିବାବେଳେ ପୁରୀରେ ଏହା ୩୩.୮ ଡିଗ୍ରୀ ଥିଲା । ଏହି ଦୁଇ ସ୍ଥାନରେ ଲୋକେ ଅପେକ୍ଷାକୃତ କମ୍‍ ଗରମ ଅନୁଭୂତ କରିଛନ୍ତି ।

ରାଜଧାନୀରେ ଆଜି ସଟ୍‍ଡାଉନ୍‍ ଥିବାରୁ ଲୋକେ ପ୍ରାୟତଃ ଘରେ ରହିଥିଲେ । ତେବେ ଯେଉଁମାନେ ରେଳଷ୍ଟେସନ, ବସ୍‍ଷ୍ଟାଣ୍ଡ ଓ ବିମାନବନ୍ଦରରେ ଅଟକିଥିଲେ ଏବଂ ବିଭିନ୍ନ ଜରୁରୀ କାମରେ ଘରୁ ବାହାରିଥିଲେ ସେମାନେ ଟାଣ ଖରା ଓ ଗୁଳୁଗୁଳିରେ ଛଟପଟ ହୋଇଥିଲେ । ବନ୍ଦ ଯୋଗୁଁ ଅଧିକାଂଶ ଲୋକେ ଚାହିଁଲେ ବି ଶୋଷ ମେଣ୍ଟାଇବା ପାଇଁ କେଉଁଠାରୁ ପାଣି କିମ୍ବା ପଇଡ ଓ ଫଳ ଆଦି ପାଇନଥିଲେ ।

LEAVE A REPLY

Please enter your comment!
Please enter your name here