Home General ରାଜଧାନୀରେ ମଶା ସାନ୍ଧ୍ରତା ୮୦.୧

ରାଜଧାନୀରେ ମଶା ସାନ୍ଧ୍ରତା ୮୦.୧

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରେ ମଶା ସାନ୍ଧ୍ରତା ୮୦.୧ ଥିବାବେଳେ ମଶା ମାରିବାପାଇଁ ନିଗମ ନିକଟରେ ଛୋଟ ବଡ ହୋଇ ୭ଟି ଟିଫା ମେସିନ ରହିଛି । ଏଥି ସହିତ ୨ଶହରୁ ଅଧିକ କର୍ମଚାରୀ ବି ମଶା ମାରିବାପାଇଁ ନିୟୋଜିତ ହୋଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶା ନିୟନ୍ତ୍ରଣ ପାଇଁ ଲାର୍ଭା ନାଶକ ପଦାର୍ଥ ନିୟମିତ ବ୍ୟବଧାନରେ ପ୍ରୟୋଗ କରାଯାଉଛି ଏବଂ ବୟସ୍କ ମଶାଙ୍କ ନିୟନ୍ତ୍ରଣ ନିମନ୍ତେ ଥର୍ମାଲ ‘ଗିଙ୍ଗ କରାଯାଉଛି ।

ସର୍ଭେକ୍ଷଣରୁ ଜଣାଯାଇଛି ଯେ ଭୁବନେଶ୍ୱର ସହରରେ ନଭେମ୍ବର ମାସରେ ମଶାଙ୍କ ସାନ୍ଧ୍ରତା ୮୦.୧ ରହିଛି । ମଶା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପାଖରେ ୨ଟି ବଡ ଥର୍ମାଲ ଫଗିଙ୍ଗ ମେସିନ ଓ ୫ଟି ଛୋଟ ଫଗିଙ୍ଗ ମେସିନ ରହିଛି । ମଶା ତେଲ ପକାଇବାପାଇଁ ୨୧୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ସେହିଭଳି ସୁନ୍ଦରଗଡ ପୌରପାଳିକାରେ ମଶା ନିୟନ୍ତ୍ରଣ ସକାଶେ ପ୍ରତ୍ୟେହ ପ୍ରତି ୱାର୍ଡରେ ମଶାଧୂଆଁ ଦିଆଯାଉଛି । ପୌର କର୍ତ୍ତୃପକ୍ଷଙ୍କ ନିକଟରେ ୫ଟି ଟି‘ା ମେସିନ ରହିଛି । ଚଳିତ ବର୍ଷ ପୌରପାଳିକା ୧୯ହଜାର ଟଙ୍କାର ମଶା ତେଲ କିଣିଥିବାବେଳେ ମଶା ଧୂଆଁ ଦେବାପାଇଁ ୪ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here