Home General ରଥ ଯାତ୍ରା ପାଇଁ ବିଶେଷ ଟ୍ରେନ

ରଥ ଯାତ୍ରା ପାଇଁ ବିଶେଷ ଟ୍ରେନ

ଭୁବନେଶ୍ୱର : ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି ।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ।

02837/02838 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ 29.06.2022 ଅପରାହ୍ନ ୧୨ଘ.୪୫ମି.ରେ ଛାଡି ସେହିଦିନ ରାତ୍ରି ୧୦ଘ.୩୦ମି.ରେ ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 30.06.2022 ସକାଳ ୦୫ଘ.୩୦ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର୍, 12 ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ ।

ଆଉ ଏକ ବିଶେଷ ଟ୍ରେନ 02827/002828 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 29.06.2022 ରାତ୍ରି ୯ଘ.୪୦ମି.ରେ ଛାଡି 30.06.2022 ସକାଳ ୦୭ଘଟିକାରେ ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 30.06.2022 ରାତ୍ରି ୧୧ଘ.୦୫ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି -3 ଟାୟାର, 11 ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ଉପଲବ୍ଧ ।

08907/08908 ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30.06.2022 ଅପରାହ୍ନ ୨ଘ.୩୦ମି.ରେ ଛାଡି ରାତ୍ରି ୧ଘ.୧୫ମି.ରେ (01.07.୨୦୧୨) ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 01.07.2022 ରାତ୍ରି ୧୧ଘ.୧୫ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି -3 ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
 
08911/08912 ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ 30.06.2022 ପୂର୍ବାହ୍ନ ୧୧ଘଟିକାରେ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 02.07.2022 ମଧ୍ୟ ରାତ୍ରି ୧୨ଘ.୧୫ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡିବ । ଏଥିରେ ଗୋଟିଏ ଏସି-୨ ଟାୟାର୍, ପାଞ୍ଚଟି ଏସି -3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

08418/08417 ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 30.06.2022 ରେ ଗୁଣୁପୁର ଠାରୁ ରାତ୍ରି ୧୧ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 02.07.2022 ରାତ୍ରି ୦୧ଘ.୪୫ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ରେ ଗୋଟିଏ ଏସି -3 ଟାୟାର୍, 06 ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ 03 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।

08909/08910 ଜଗଦଳପୁର-ପୁରୀ-ଜଗଦଳପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଳପୁର ଠାରୁ 30.06.2022 ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ । ଫେରିବା ମାର୍ଗରେ ଏହା 01.07.2022 ରାତ୍ରି ୮ଘ.୦୫ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 09 ସ୍ଲିପର୍ କ୍ଲାସ୍, 04 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।

02891/02810 ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ରଥ ଯାତ୍ରା ସ୍ପେଶାଲ 1 ଜୁଲାଇ ଠାରୁ 11 ଜୁଲାଇ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ ୩ଘ.୧୦ମି.ରେ ଛାଡିବ  ।

08931/08932 ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ 30.06.2022 ରାତ୍ରି ୯ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 01.07.2022 ରାତ୍ରି ୮ଘ.୨୫ମି.ରେ ଛାଡିବ । ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 02 ସ୍ଲିପର୍ କ୍ଲାସ୍, 10 ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (01.07.2022) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ 10 ଯୋଡି ଟ୍ରେନ୍ (20 ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ ।

ସେହିଭଳି, ସାନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ ୨ଘ.୩୦ମି.ରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି ୮ଘ.୨୫ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ ୧୧ଘଟିକାରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହା 09.07.2022 ରାତ୍ରି ୧୧ଘ.୧୫ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର ୩ଘ.୧୫ମିରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ ଏହା ପୁରୀକୁଠାରୁ  09.07.2022 ରାତ୍ରି ୮ଘ.୪୦ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।

9 ଜୁଲାଇ, 2022 ବାହୁଡା ଯାତ୍ରାରେପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।

ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର ୫ଘ.୩୦ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର ୦୪ଘ.୩୦ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ ।  ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି ୮ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି ୨ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ ୬ଘ.୩୦ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି ୧ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ । 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।

ଜୁଲାଇ 2 ରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ ।  ଯାତ୍ରୀ / ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି ।