Home Health ରକ୍ତଦାନ କାର୍ଯ୍ୟରେ ଯୋଡି ହେଲା ସମ୍ମମ

ରକ୍ତଦାନ କାର୍ଯ୍ୟରେ ଯୋଡି ହେଲା ସମ୍ମମ

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ଆୟୋଜିତ ଏହି ଶିବିରରେ ସମ୍ମମ୍‌ର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ ।

ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିବା ରକ୍ତଦାନ ଶିବିର – “ବଣ୍ଡେଡ୍ ବାଏ ବ୍ଲଡ” ଅଭିଯାନକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ୍ ଅଫ୍ ଟ୍ରାନ୍ସଫ୍ୟୁସନ୍ ମେଡିସିନ୍ ର ଡାକ୍ତର, ପିଜି ଛାତ୍ରଛାତ୍ରୀ, ନର୍ସ, ଟେକ୍ନିସିଆନ୍‌, କାଉନ୍‌ସେଲର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ ।

ସମ୍ମମ୍‌ର ସିଇଓ ଡଃ ଶ୍ୱେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ମିଶ୍ର, ରେଡିଏସନ୍ ଅଙ୍କୋଲୋଜି ବିଭାଗର କନ୍‌ସଲ୍‌ଟାଣ୍ଟ ଡାକ୍ତର ଚିର ରଞ୍ଜନ ଖାଡେଙ୍ଗା, ଏମର୍ଜେନ୍ସି ଫିଜିସିଆନ୍ ଡାକ୍ତର ଜ୍ୟୋତି ରଞ୍ଜନ ଖୁଣ୍ଟିଆ, ପ୍ରୋସ୍ଥେସିସ୍ ଆଣ୍ଡ ଅର୍ଥୋଟିକ୍ସ ବିଭାଗର ଇନ୍‌ଚାର୍ଜ ଡାକ୍ତର ଭବାନୀ ଶଙ୍କର ନାୟକ, ଫିଜିଓଥେରାପି ବିଭାଗର ଡାକ୍ତର ପ୍ରିୟବ୍ରତ ସ୍ୱାଇଁ ଓ ଅନ୍ୟାନ୍ୟ ଡାକ୍ତର ଓ ପାରାମେଡିକ୍ସ ରକ୍ତଦାନ କରିଥିଲେ । ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁସନ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନ୍‌ଗୋ ଶିବିର ପରିଚାଳନା କରିଥିଲେ ।