Home Education ମୋ ସ୍କୁଲ ଅଭିଯାନକୁ ଓଏସ୍‍ଏଲ୍‍ର ଆଉ ୧୦ ଲକ୍ଷ

ମୋ ସ୍କୁଲ ଅଭିଯାନକୁ ଓଏସ୍‍ଏଲ୍‍ର ଆଉ ୧୦ ଲକ୍ଷ

ଭୁବନେଶ୍ୱର : ବଦାନ୍ୟତା ଓ ‘ନିଜ ମାଟିର ଋଣ ଶୁଝିବା’କୁ ପ୍ରତିଶ୍ରୁତିବଦ୍ଧତା ସ୍ୱରୂପ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ (ଓଏସ୍‍ଏଲ୍‍) ‘ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ବଡ଼ଚଣାସ୍ଥିତ ମହାବିନାୟକ ବିଦ୍ୟାୟନକୁ ଆଉ ୧୦ ଲକ୍ଷ ଟଙ୍କା ଦାନ କରିଛି ।

ଓଡ଼ିଶା ସରାକରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହତ୍ତ୍ୱାକାଂକ୍ଷୀ ଯୋଜନା ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍‍ଏସ୍‍ଏପିଏସ୍‍) ଅଧୀନରେ ନିକଟରେ ଓଏସ୍‍ଏଲ୍‍ କଟକ ଜିଲ୍ଲାର ସ୍କୁଲ ମାନଙ୍କୁ ଓଏସ୍‍ଏଲ୍‍ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲା ।

ସ୍ମାର୍ଟ ସ୍କୁଲର ଆବଶ୍ୟକତା ପୂରଣ ଲାଗି ଏହି ଅନୁଦାନ ସ୍କୁଲ କ୍ୟାମ୍ପସ୍‍ରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହା ଦୀର୍ଘକାଳୀନ ଭିତ୍ତିରେ ସହାୟକ ହୋଇପାରିବ ।

ଏଭଳି ସୟାୟତା ଓ ଅନୁଦାନ ବିଷୟରେ ଓଏସ୍‍ଏଲ୍‍ ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ (ଏମ୍‍ଡି) ମହିମାନନ୍ଦ ମିଶ୍ର କହିଲେ, ‘ସମସ୍ତଙ୍କ ପାଇଁ ଅନ୍ତର୍ନିବେଶୀ ଏବଂ ଗୁଣାତ୍ମକ ଶିକ୍ଷା ତଥା ଜୀବନ ବ୍ୟାପୀ ଶିକ୍ଷାକୁ ନିଶ୍ଚିତ କରାଇବା’ କ୍ଷେତ୍ରରେ ଓସିଏଲ୍‍ ଗର୍ବର ସହ ଅନୁଦାନ ଯୋଗାଇ ଆସିଛି ।

ରାଜ୍ୟ ଏବଂ ଏହାର ଲୋକମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନକୁ ଓଏସ୍‍ଏଲ୍‍ ସହାୟତା ଯୋଗାଇ ଚାଲିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ମହାବିନାୟକ ବିଦ୍ୟାୟନ ବଡ଼ଚଣାରେ ‘ମୋ ସ୍କୁଲ ଅଭିଯାନ’ ବୈଠକ କରାଯାଇ ଓଏସ୍‍ଏଲ୍‍ର ବଦାନ୍ୟତା ଓ ପ୍ରତିଶ୍ରୁତିବଦ୍ଧତା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହାରେ ସ୍କୁଲ ପରିସଂସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ମୋ ସ୍କୁଲ ଅଭିଯାନ’ ସବୁ ଦୃଷ୍ଟିରୁ ବିରାଟ ସଫଳତା ଆଣି ଦେଇଛି ।

ଓଡ଼ିଶାରେ ଏକ ବୃହତ୍‍ କର୍ପୋରେଟ୍‍ ହାଉସ୍‍ ଭାବେ ଓଏଏସ୍‍ଏଲ୍‍ ଗ୍ରୁପ୍‍ ମହାମାରୀ ସମୟରେ ରିଲିଫ୍‍ କାର୍ଯ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଗୋଷ୍ଠୀ ଭିତ୍ତିଭୂମି ବିକାଶ ଆଦି ସମେତ ଅନେକ ଉନ୍ନତିମୂଳକ କାମରେ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର୍‍) କାର୍ଯ୍ୟଧାରା ଜାରି ରଖିଛି ।

ଅନେକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମେତ କରୋନା ମହାମାରୀ (କୋଭିଡ୍‍-୧୯) ସହ ଲଢ଼ିବା ପାଇଁ ଓଏସ୍‍ଏଲ୍‍ ତା’ର ଗୁରୁତ୍ୱପୂର୍ଣ୍ଣ ସହାୟତା ଜାରି ରଖିଛି ।