Home Health ମାସ୍କ ଏଡାଇବ ଲକ୍‍ଡାଉନ୍‍ ସ୍ଥିତି

ମାସ୍କ ଏଡାଇବ ଲକ୍‍ଡାଉନ୍‍ ସ୍ଥିତି

ଭୁବନେଶ୍ୱର : ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଭଳି ପରିସ୍ଥିତିକୁ ଏଡାଇବାକୁ ହେଲେ ଆମକୁ ମାସ୍କ ପିନ୍ଧିବାକୁ ପଡିବ । ଏଥିପାଇଁ ମହିଳାମାନଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଘରର ପ୍ରତ୍ୟକ ସଦସ୍ୟ ଯେଭଳି ପଦାକୁ ବାହାରିଲା ସମୟରେ ମାସ୍କ ପିନ୍ଧନ୍ତ ତାହା ଉପରେ ମା’ ମାନେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ ଏକ ଅସାଧାରଣ ପରିସ୍ତିତି ଦେି ଗତି କରୁଛି । ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତିତରେ କେବେ ଆସିନଥିଲା ।
କୋଭିଡ ସଂକ୍ରମଣର ପ୍ରଥମ ଲହର ସମୟରେ ଜନ ସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାମାନଙ୍କର ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷାକରି ପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‍ ଥିଲା ।

କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡିଥିଲା । ବାରମ୍ବାର ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ କରିବାକୁ ପଡିଥିଲା । ଲକ୍‍ଡାଉନ୍‍ରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଥବଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡିଥିଲା । ସାମାଜିକ ଜବୀନ ମଧ୍ୟ ପ୍ରଭାବିତ ହୋଇଥିଲା ।

ଏବେ କୋଭିଡ୍‍ର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେଲାଣି । ଏହା ବହୁ ଶୀଘ୍ର ବ୍ୟାପୁଛି । ଆମ ଦେଶର ଅନେକ ରାଜ୍ୟରେ ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ ଓ ନାଇଟ କର୍ଫ୍ୟୁ ଆଦି ଆରମଭ ହୋଇଗଲାଣି । କିନ୍ତୁ ଆମେ ଯଦି କୋଭିଡ ନିୟମ ମାନିବା ଓ ମାସ୍କ ଠିକ୍‍ ଭାବରେ ପିନ୍ଧିବା ତେବେ ଲକଡାଉନ୍‍ରେ କରୋନା ସଂକ୍ରମଣକୁ ରୋକିପାରିବ ।

ଏଥିପାଇଁ ଆଜି ଠାରୁ ୧୪ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଳିମିଶି ମାସ୍କ ଅଭିଯାନ ଆରମ୍ଭ କରିବା । ଚଉଦ ଦିନ ଯଦି ଆମେ କୌଣସି ନିୟମକୁ କଡାକଡି ଭାବରେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜି ଠାରୁ ସଙ୍କଳ୍ପ ନେଇ ଠିକ୍‍ ଭାବରେ ମାସ୍କ ପିନ୍ଧିବା । ବିନା ମାସ୍କରେ କେବେ ବି ଗରୁ ବାହାରିବାନାହିଁ । ତେବେ ଯାଇ ଆମେ କରୋନାକୁ ଜିତିପାରିବା ।

ଏଥିପାଇଁ ମା’ମାନଙ୍କୁ ମୋର ବିଶେଷ ଅନୁରୋଧ ଆପଣଙ୍କ ପରିବାରର ଲୋକମାନେ ବିଶେଷକରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍‍ ଭାବେ ମାସକ ପିନ୍ଧିବେ ସେଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ । ମା’ମାନେ ସତର୍କ ହେଲେ କରୋନା କେବେି ଆମ ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ମା’ମାନେ ଘରେ ଜଗନ୍ତୁ ।

ଆପଣ କୁହନ୍ତୁ କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକ୍‍ଡାଉନ୍‍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ? ମାସକ ଠିକ୍‍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲେକାଙ୍କ ଠାରୁ ଜରିମାନା ନିଶ୍ଚୟ ଆଦାୟ କରିବାପାଇଁ ମୁଁ ପୁଲିସ୍‍ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ମାସ୍କ ନପିନ୍ଧିଲେ ଏବେ ଦୁଇଗୁଣ ଜରିମାନା ଆଦାୟ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା’ହେଲେ ଯାି ଆମେ ବିନା ଲକ୍‍ଡାଉନ୍‍ରେ କରୋନାକୁ ରୋକିପାରିବା । ଲକ୍‍ଡାଉନ୍‍ର ନେଗେଟିଭ ପ୍ରଭାବକୁ ପ୍ରତିହତ କରିପାରିବା । ଯଦି ଆପଣ ଚାହାନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ, ଆପଣଙ୍କ ଜୀବିକା ଠିକ୍‍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡିବ ।

ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି । କେତେକ ଦେଶରେ ତୃତୀୟ ଲହର ଆରମ୍ଭ ହେଲାଣି । ତେଣୁ ଆଗକୁ କରେନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାନ୍ତି । ତେଣୁ ଆମେ ଆମର ଜୀବନ ଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା ମାସ୍କକୁ ଆମର ସାଥୀ କରିପାରିବା ତେବେ ଆମେ ବିନା ଲକ୍‍ଡାଉନ୍‍ରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ।