Home Agriculture ମାଣ୍ଡିଆ ମଞ୍ଜି ବୁଣୁଛି ବଳଦଟଣା ଯନ୍ତ୍ର

ମାଣ୍ଡିଆ ମଞ୍ଜି ବୁଣୁଛି ବଳଦଟଣା ଯନ୍ତ୍ର

ଫିରିଙ୍ଗିଆ:ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁସକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ବେସରକାରୀ ସଂସ୍ଥା ତରଫରୁ କନ୍ଧମାଳଜିଲା ମୁଖ୍ୟ କୃଷିଅଧିକାରୀଙ୍କ ସହଯୋଗରେ କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକଅନ୍ତର୍ଗତ ସସିପଦର ଗ୍ରାମଠାରେ ମାଣ୍ଡିଆଚାଷରେ ବଳଦଟଣା ମଞ୍ଜିବୁଣାଯନ୍ତ୍ରର ସଫଳତା ଶୀର୍ଷକ କ୍ଷେତ୍ରଦିବସ ଆୟୋଜନ କରାଯାଇଥିଲା I

ଚଳିତ ଖରିଫ ଋତୁରେ କନ୍ଧମାଳ ଜିଲାର ୫ଟିବ୍ଲକ (ଫିରିଙ୍ଗିଆ. କୋଟଗଡ, ଦାରିଂବାଡ଼ି, ବାଲିଗୁଡା, ରାଇକିଆ)ରେ ମାଣ୍ଡିଆଚାଷରେ ବଳଦଟଣା ୪ଧାଡ଼ିଆ ବିବିଧମଞ୍ଜି ଓ ସାର ବୁଣାଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କ ଜମିରେ ଧାଡି-ବୁଣାର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନୀ କନ୍ଧମାଳ ଜିଲା ମୁଖ୍ୟ କୃଷିଅଧିକାରୀ, ଅନ୍ୟାନ୍ୟ କୃଷିଅଧିକାରୀ, କୃଷିଯନ୍ତ୍ରୀ, କୃଷି ବିଜ୍ଞାନକେନ୍ଦ୍ର, କନ୍ଧମାଳ ତଥା ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା I

ପ୍ରକାଶଥାଉକି ଏହି ଗ୍ରାମରେ ଆୟୋଜିତ କ୍ଷେତ୍ରପ୍ରଦର୍ଶନୀ ସମୟରେ ଜିଲା ମୁଖ୍ୟ କୃଷିଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ମଂଜିବୁଣା କାମ ନିରୀକ୍ଷଣ କରିଥିଲେ I

ତେବେ ଜିଲାର କୃଷି ବିଭାଗର ପଦାଧିକାରୀ, ସମ୍ପ୍ରସାରଣ କର୍ମଚାରୀ, ବିଭିନ୍ନ ବେସରକାରୀ ସଂସ୍ଥା, କୃଷି ବିଜ୍ଞାନ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଗୁଡିକର ବୈଜ୍ଞାନିକ,  ତଥା ଚାଷୀଭାଇମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ଓ ପ୍ରସାର କରିବାପାଇଁ କ୍ଷେତ୍ର ଦିବସର ଆୟୋଜନ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ କୃଷିଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ, ଶୁସ୍କ ଅଂଚଳ ଗବେଷଣା ଅନୁଷ୍ଠାନର ମୁଖ୍ୟ ଯନ୍ତ୍ରୀ ଡଃ ସୁବ୍ରତ ବେହେରା, ସ୍ଥାନୀୟ ସହକାରୀ କୃଷି ଅଧିକାରୀ, ସବ୍ୟସାଚୀ ଦାସ ଗୋଷ୍ଠୀ କୃଷି ଅଧିକାରୀ,  ବେସରକାରୀ ସଂସ୍ଥା ଅଗ୍ରଗାମୀର ସଂଗ୍ରାମ,       ପ୍ରମୁଖ ଯୋଗଦାନକରି ଧାଡି-ମଂଜି ବୁଣା ଜମିରେ ମାଣ୍ଡିଆ ଫସଲକୁ ବୁଲି ଦେଖିଥିଲେ I

ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସ୍ୱାଇଁ ଆଗାମୀ ଦିନରେ ରବି ରୂତୁରେ ମଧ୍ୟ ଏହି ଯନ୍ତ୍ର ସାହାଯ୍ୟରେ ଧାଡିରେ ମାଣ୍ଡିଆ, ସୁଆଁ, ଜହ୍ନ ଇତ୍ୟାଦି ଲଘୁଦାନା ଶସ୍ୟ ବୁଣାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବାକଥା ପ୍ରକାଶ କରିଥିଲେ I

ଏତଦବ୍ୟତୀତ ପ୍ରକଳ୍ପ ତରଫରୁ ସ୍ଥାନୀୟ କୃଷିଯନ୍ତ୍ରପାତି ପ୍ରସ୍ତୁତକର୍ତ୍ତା ସିଟ ପ୍ରୋଫାଇଲ କମ୍ପାନୀ ସହାୟତାରେ ନୂଆକରି ବିକଶିତ କରାଯାଇଥିବା ଏହି ୪ଧାଡ଼ିଆ ବିବିଧ ମଂଜିବୁଣIଯନ୍ତ୍ର ଉପରେ ଗବେଷଣା ଜାରିରହିଛି ଓ ଏହା ସାହାଯ୍ୟରେ ଚିନାବାଦାମ, ମୁଗ, ବିରି ଇତ୍ୟାଦି ଫସଲର ମଞ୍ଜି ମଧ୍ୟ ଧାଡିରେ ଅନୁମୋଦିତ ହାରରେ ବୁଣାଯାଇ ପାରିବ I

ପରେ ପରେ ସସିପଦର ଗ୍ରାମଠାରେ ସମସ୍ତ ଚାଷୀଭାଇ ଓ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ଯେଉଁଥିରେ ଉପସ୍ଥିତ ଚାଷୀଭାଇ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଉପରୋକ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଷଦ ଭାବରେ ମତବିନିମୟ ହୋଇଥିଲା I

ଯନ୍ତ୍ର ସାହାଯ୍ୟରେ ଧାଡିବୁଣା କରିବାଦ୍ୱାରା କମ ସମୟରେ, ସୁବିଧାରେ, କମ ଖର୍ଚରେ, କମ ମଞ୍ଜି ବ୍ୟବହାର କରାଯାଇ ଅଧିକ ଉତ୍ପାଦନ ସମ୍ଭବ ହୋଇପାରୁଛି ବୋଲି ସମସ୍ତଙ୍କ ହୃଦବୋଧ ହୋଇଥିଲା I

ଏହି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରକାରର ମଞ୍ଜି ଧାଡିରେ ବୁଣାଯାଇ ପାରୁଥିବାରୁ ଉପସ୍ଥିତ ସରକାରୀ ପଦାଧିକାରୀ, ବୈଜ୍ଞାନିକ ଓ ଚାଷୀଭାଇମାନେ ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ I ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସହକାରୀ କୃଷିଅଧିକାରୀ ଶ୍ରୀ ସବ୍ୟସାଚୀ ଦାସଙ୍କର ପ୍ରତ୍ୟକ୍ଷ ଯୋଗଦାନ ତଥା କୃଷିବିଜ୍ଞାନକେନ୍ଦ୍ର ଓ ସରକାରୀ ପଦାଧିକାରୀ ମାନଙ୍କର ସହାୟତାକୁ ଭୁୟସୀ ପ୍ରସଂଶା କରିଥିଲେ I 

LEAVE A REPLY

Please enter your comment!
Please enter your name here