Home News in Odia ମହିଳା ବିରୋଧୀ ତାଲିକାରେ ୭ ବର୍ଷ ଧରି ୧ ନମ୍ବର

ମହିଳା ବିରୋଧୀ ତାଲିକାରେ ୭ ବର୍ଷ ଧରି ୧ ନମ୍ବର

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ସବୁଠାରୁ ଅଧିକ ବିପଦରେ ଓ ଅସୁରକ୍ଷିତ । ସତ୍ୟ ପ୍ରକାଶିିତ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରୁ ସ୍ପଷ୍ଟ ଯେ ମହିଳା ବିରୋଧର ଅପରାଧ ତାଲିକାରେ ସବୁଠୁ ଉପରେ ଓଡ଼ିଶା । ମାତ୍ର ଚିନ୍ତାର ବିଷୟ ଯେ ରାଜ ପୋଲିସ ଫୋର୍ସରେ ୩୩ ପ୍ରତିଶତ ମହିଳା କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୦ ପ୍ରତିଶତ ।

ଆଜି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ି ଚାଲିଥିବା ଅପରାଧ ଓ ଶୋଷଣ ପାଇଁ ନବନୀ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସ ମିଡିଆ ସେଲ କନ୍‌ଭେନର ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

ସଦ୍ୟ ପ୍ରକାଶିତ ଏନ୍‌ସିଆରବି ରିପୋର୍ଟ ହିଁ ରାଜ୍ୟ ସରକାରଙ୍କ କୁଶାସନର ସମସ୍ତ ତଥ୍ୟ ପ୍ରମାଣକୁ କେବଳ ରାଜ୍ୟ ନୁହେଁ ଦେଶବାସୀଙ୍କ ସାମନାରେ ଏବେ ଖୋଲି ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପରାଧିକ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ବିବସ୍ତ୍ର ବା ଉଲଗ୍ନ କରିବା ମାମଲାରେ ଓଡ଼ିଶା ଲଗାତାର ୭ବର୍ଷ ହେଲା ସାରା ଦେଶରେ ସବୁଠୁ ଉପରେ ରହିଛି ।

୨୦୧୨ ମସିହା ଦିଲ୍ଳୀର ନିର୍ଭୟା ମାମଲା ପରଠାରୁ ଏନ୍‌ସିଆରବି ରିପୋର୍ଟରେ ମହିଳାଙ୍କ ବିବସ୍ତ୍ର ବା ଉଲଗ୍ନ କରିବା ମାମଲାକୁ ୨୦୧୪ ଠାରୁ ସାମିଲ କରାଯାଇଛି । ସେବେଠାରୁ ଚଳିତ ୨୦୨୧ ଏନ୍‌ସିଆରବି ରିପୋର୍ଟ ପର୍ଯ୍ୟନ୍ତ ଗତ ୭ବର୍ଷ ହେଲା ଓଡ଼ିଶା ଲଗାତାର ସାରା ଭାରତବର୍ଷର ସବୁଠୁ ଉପରେ ରହିଆସୁଛି, ଏହା ଦର୍ଶାଉଛି ନବୀନବାବୁଙ୍କ ଶାସନରେ ରାଜ୍ୟ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ସତ୍ୟ ନାୟକ କହିଛନ୍ତି ।

୨୦୧୯ ରେ କରୋନା ଯୋଗୁଁ ସାରା ଦେଶରେ ମହିଳାଙ୍କ ବିରୋଧରେ ଅପରାଧ କମିଥିଲା ବେଳେ ଓଡ଼ିଶାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ସାଇବର କ୍ରାଇମରେ ଓଡ଼ିଶାର ମହିଳା ସମଗ୍ର ଦେଶ ତୁଳନାରେ ଅଧିକ ଠକେଇର ଶିକାର ହୋଇଛନ୍ତି, ସେହିଭଳି ବ୍ଲାକମେଲିଂ ପାଇଁ ମହିଳାଙ୍କ ମୁହଁକୁ ମର୍ଫି କରିବା ଏବଂ ପୋର୍ଣ୍ଣୋଗ୍ରାଫି ଆଜି ଅପରାଧର ଓଡ଼ିଶାର ସ୍ଥାନ ସାରା ଦେଶ ତୁଳନାରେ ମଧ୍ୟ ସର୍ବାଧିକ ବୋଲି ରିପୋର୍ଟ ଦର୍ଶାଇଛି । ମୋଟାମୋଟି ଭାବରେ ମହିଳାଙ୍କ ବିରୋଧରେ ସମସ୍ତ ପ୍ରକାର ଅପରାଧ ମାମଲାରେ ଓଡ଼ିଶାର ପ୍ରତି ଏକଲକ୍ଷ ମହିଳା ୧୧୩ ଜଣ ମହିଳା ଶିକାର ହେଉଛନ୍ତି ଯାହାକି ଆସାମ ପରେ ଦେଶରେ ଦ୍ୱିତୀୟ ।

ଏହା ଦର୍ଶାଉଛି ସାରା ଦେଶରେ ମହିଳାମାନେ ଓଡ଼ିଶାରେ ସବୁଠାରୁ ଅଧିକ ଅସୁରକ୍ଷିତ । ଅଥଚ ୨୦୦୦ ମସିହା ବିଗତ ୨୧ ବର୍ଷ ହେଲା ଗୃହ ବିଭାଗକୁ ନିଜ ଅଧିନରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏଥିପାଇଁ ସାମଗ୍ରୀକ ଭାବେ କେବଳ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜେ ହିଁ ଦାୟୀ ବୋଲି ସତ୍ୟ ନାୟକ କହିଛନ୍ତି ।

ଓଡ଼ିଶାରେ ମହିଳା ବିରୋଧୀ ହିଂସା ଦେଶରେ ସର୍ବାଧିକ ହେବା ପଛରେ ଆଉ ଏକ ବଡ଼ କାରଣ ହେଉଛି ରାଜ୍ୟ ପୋଲିସ ଫୋର୍ସ ଆବଶ୍ୟକ ୩୩ ପ୍ରତିଶତ ସଂଖ୍ୟକ ମହିଳା କର୍ମଚାରୀ ଓ ଅଧିକାରୀ ହିଁ ନାହିଁ ବୋଲି ସତ୍ୟ ନାୟକ ଅଭିଯୋଗ କରିଛନ୍ତି । ୩୩ ପ୍ରତିଶତ ମହିଳା ପୋଲିସ କର୍ମଚାରୀଙ୍କ ସ୍ଥାନରେ ଓଡ଼ିଶା ପୋଲିସ ବିଭାଗର ଅଛନ୍ତି ମାତ୍ର ୧୦ ପ୍ରତିଶତ ମହିଳା ପରିଣାମ ସ୍ୱରୂପ, ଓଡ଼ିଶାରେ ତଦନ୍ତ ସଠିକ ନହେବା ଏବଂ କନ୍‌ଭିକ୍‌ସନ ରେଟ ମଧ୍ୟ ଅତ୍ୟନ୍ତ ନିରାଶଜନକ ବୋଲି କଂଗ୍ରେସ କହିଛି ।

ଗୋଟିଏ ପଟେ ରାଜ୍ୟର ମହିଳା ବିଭିନ୍ନ ପ୍ରକାର ଅପରାଧର ଶିକାର ହେଉଛନ୍ତି ଅଥଚ ରାଜ୍ୟ ସରାକର ଆବଶ୍ୟକ ମହିଳାଙ୍କୁ ପୋଲିସରେ ନିଯୁକ୍ତି ଦେଉନାହାଁନ୍ତି । ସରକାର ଯେଉଁ ହାରରେ ମହିଳାଙ୍କୁ ପୋଲିସରେ ନିଯୁକ୍ତି ଦେଉଛନ୍ତି ଯଦି ସେହି ହାରରେ ନିଯୁକ୍ତି ଦେଇଚାଲନ୍ତି ତେବେ ୩୩ ପ୍ରତିଶତ କୋଟା ରାଜ୍ୟ ପୋଲିସରେ ପୁରା ହେବାକୁ ୮୨ ବର୍ଷ ଲାଗିଯିବ ବୋଲି ସତ୍ୟ ନାୟକ କହିଛନ୍ତି । ଏହା ଦର୍ଶାଉଛି ଯେ ବିଜେଡ଼ି ସରକାର ଭୋଟ ବେଳକୁ ମହିଳାଙ୍କୁ ‘ମା’ ମା” ଡାକରେ ଯୋଡ଼ି ପକାଉଛି ମାତ୍ର ମାଆ ମାନଙ୍କ ସୁରକ୍ଷା ବେଳକୁ ଆଖି ବୁଜି ଦେଉଛି ବୋଲି କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here