Home News in Odia ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର : ଛତିଶଗଡେରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବା ସହିତ ମହାନଦୀ ଅବବାହିକାରେ ମଧ୍ୟମ ଧରଣଣ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଗତ ତିନିଦିନ ଧରି ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଭିତରକୁ ପ୍ରତି ସେକେଣ୍ଡରେ ସାଢେ ୩ଲକ୍ଷ କୁସେକ ଜଳ ପ୍ରବେଶ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି ଦିନ ୧୨ଟା ସୁଦ୍ଧା ହୀରାକୁଦର ୧୨ଟି ଗେଟ୍‍ ଖୋଲାଯାଇ ସେକେଣ୍ଡ ପ୍ରତି ୨.୨୫ ଲକ୍ଷ କୁସେକ ଜଳ ଛଡାଯାଉଛି ।

ମୁଣ୍ଡୁଳି ଠାରେ ଦିନ ୧୨ଟା ସୁଦ୍ଧା ୬.୪ ଲକ୍ଷ କୁସେକ ଜଳ ପ୍ରବାହିତ ହେଉଥିବାବେଳେ ଏହାକୁ ୭ଲକ୍ଷ କ୍ୟୁସେକ ମଧ୍ୟରେ ରଖିବାପାଇଁ ନିଷ୍ପତ୍ତି ହୋଇଛି । ତଳିଆ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ସତର୍କ କରଯିବା ସହିତ ନଦୀବନ୍ଧଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ବୈତରଣୀର ଆଖୁଆପଦା ଠାରେ ଜଳ ସ୍ତର ହ୍ରାସ ପାଉଥିବାବେଳେ ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବ୍ରାହ୍ମଣୀରେ ସ୍ଥାନୀୟ ଅଞ୍ଚଳର ବର୍ଷାପାଣି ପ୍ରବେଶ ଯୋଗୁଁ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

ଉପକୂଳ ଅଞ୍ଚଳରେ ବର୍ଷା କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗିରହିଛି । କେନ୍ଦୁଝର ଜିଲ୍ଲାର ଘଟଗାଁ ଠାରେ ୧୦୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସୁନଦରଗଡରେ ୧୧୬ ମିଲିମିଟର, ବାଲେଶ୍ୱର ଜିଲ୍ଲାର ଭୋଗରାଇ ଠାରେ ୧୨୨ ମି.ମି ବର୍ଷା ରେକର୍ଡ ହୋଇଛି ।

ଲଗାଣ ବର୍ଷ ଯୋଗୁଁ ୧୯୩ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୮୩୯ଟି କଚ୍ଚା ଘର ଭାଙ୍ଗିଛି । ସେହିଭଳି ୧୪ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଏମାନଙ୍କୁ ୧୨୬ଟି କେନ୍ଦ୍ରରେ ରଖାଯାଇଥିଲା । ବର୍ଷା ଛାଡିବାପରେ ଏମାନେ ଏବେ ଘରକୁ ପଳାଇଲେଣି ।

ତେବେ ମହାନଦୀରେ ଆସୁଥିବା ଜଳ ଉପରେ ସରକାର ଏବେ ନଜର ରଖିବାପାଇଁ ଜଳମୁଣ୍ଡରେ ଯେଭଳି ଅଧିକ କ୍ଷୟକ୍ଷତି ନଘଟେ ସେଥିପାଇଁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଏହା ଉପରେ ନଜର ରଖିଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି ।