Home Administration ମଧ୍ୟାହ୍ନ ଭୋଜନରେ ମିଳିବ ମହୁ ଓ ଛତୁ

ମଧ୍ୟାହ୍ନ ଭୋଜନରେ ମିଳିବ ମହୁ ଓ ଛତୁ

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଛତୁ ଓ ମହୁ କୁ ସାମିଲ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । କରୋନା ମହାମାରୀ ସମୟରେ ବିଶେଷଜ୍ଞମାନେ ଛତୁ ଓ ମହୁର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିବାବେଳେ ଏହି ଦୁଇ ସାମଗ୍ରୀ ରୋଗ ପ୍ରତିରୋଧ ଶକ୍ତି ଓ ଆଣ୍ଟି ଭାଇରାଲ ପାଇଁ ଜଣାଶୁଣା ।

ବର୍ତ୍ତମାନ ଇଣ୍ଟରନେଟ୍‍ରେ ସବୁଠାରୁ ଅଧିକ ଖୋଜା ଯାଉଥିବା ବିଷୟ ମଧ୍ୟରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧ ରହିଛି । ଭାରତରେ ବ୍ୟାପୁଥିବା କରୋନାକୁ ରୋକିବାକୁ ହେଲେ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ଜରୁରୀ ହୋଇପଡିଛି । ମହୁରେ ଥିବା ରୋଗ ପ୍ରତିରାଧ ଶକ୍ତି ମୁଖ୍ୟତଃ ସମସ୍ତ ପ୍ରକାରର ଜୀବାଣୁ, ଫ୍ଲୁ ଏବଂ ସଂକ୍ରମଣ ଯଥା ଥଣ୍ଡା, କାଶ କିମ୍ବା ଜ୍ୱର ବିରୁଦ୍ଧରେ ଲଢିଥାଏ । ସେହିଭଳି ଛତୁ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତଦନୁଯାୟୀ କେନ୍ଦ୍ର ସରକାର ଉଭୟ ମହୁ ଓ ଛତୁକୁ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‍) ଏବଂ ମଧ୍ୟାହ୍ନ ଭୋଜନ (ଏମ୍‍ଡିଏମ୍‍)ରେ ସାମିଲ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ମହୁ ଓ ଛତୁ କୁ ଆଇସିଡିଏସ୍‍ ଓ ଏମ୍‍ଡିଏମ୍‍ରେ ସାମିଲ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହାକୁ ସମର୍ଥନ କରିଛନ୍ତି ।

ତଦନୁଯାୟୀ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ମହୁ ଓ ଛତୁକୁ ଅର୍ନ୍ତଭୁକ୍ତ କରନ୍ତୁ । ମହୁ ହେଉଛି ଏକ ସମ୍ପୂର୍ଣ୍ଣ ଭୋଜନ ଉପଯୋଗୀ ଏବଂ ଏଥିରେ ଏଭଳି ଖାଦ୍ୟପ୍ରାଣ ଅଛି ଯାହା ହଜମରେ ସାହାଯ୍ୟ କରିବା ସହିତ ଖାଦ୍ୟ ପଦାର୍ଥର ଅବଶୋଷଣକୁ ନିଶ୍ଚିତ କରିଥାଏ ।

ଦେଶରେ ମହୁ ଉତ୍ପାଦନ ଗତ ଦଶନ୍ଧିରେ ୨ଶହ ପ୍ରତିଶତ ବୃଦ୍ଧି ସହିତ ବ୍ୟବହାର ବଢିଥିବା ମନ୍ତ୍ରୀ ଶ୍ରୀ ଚୌଧୁରୀ ସ୍ୱୀକାର କରିଛନ୍ତି । ଜାତୀୟ ମହୁମାଛି ପାଳନ ଓ ମହୁ ମିଶନ କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି ଏବଂ ଉତ୍ପାଦନ ବାର୍ଷିକ ଦେଢ ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ଅଟେ । ତେଣୁ ମହୁ ମିଳିବାରେ କୌଣସି ଅସୁବିଧା ନଥିବାବେଳେ ଶିଶୁ ବିଶେଷକରି ବଢୁଥିବା ପିଲାଙ୍କ ପାଇଁ ଏହା ବେଶ୍‍ ଉପଯୋଗୀ ହେବ ।

ସେହିଭଳି ଛତୁ ଏକ ସୁପର ଫୁଡ୍‍ ଭାବେ ପ୍ରମାଣିତ ହୋଇଥିବାବେଳେ ଏଥିରେ ଥିବା ଖାଦ୍ୟପ୍ରାଣ ପ୍ରୋଟିନ ଅଭାବକୁ ଦୂର କରିବ ଏବଂ ଏହାଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଛତୁ ଫଲିକଏସିଡ୍‍ରେ ଭରପୂର ଯାହା ପ୍ରୋଟିନ ଏବଂ ଭିଟାମିନ୍‍ ବି-୨, ପୋଟାସିୟମ, ଜିଙ୍କ୍‍ ଧାରଣ କରିଥିବାରୁ ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ଏବଂ ଏହା ଭିଡାମିନ୍‍-ଡି ର ଏ ଉକ୍ରୃଷ୍ଟ ଉତ୍ସ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

କେନ୍ଦ୍ର ସରକାର ମଧ୍ୟାହ୍ନଭୋଜନ ଯୋଜନାରେ ମହୁ ଓ ଛତୁକୁ ସାମିଲ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଏହି ଦୁଇ ସାମଗ୍ରୀରେ ପୁଷ୍ଟିକର ମୂଲ୍ୟ ଓ ଲାଭକୁ ବିଚାରକୁ ନେଇ ଶିକ୍ଷାମନ୍ତ୍ରୀ ଏôତପାଇଁ ଅନୁରୋଧ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଶିକ୍ଷା ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହିତ ଏ ନେଇ ସମ୍ପର୍କରେ ଥିବାବେଳେ କରୋନା ମହାମାରୀ ସମୟରେ ଏହାଦ୍ୱାରା ବିଦ୍ୟାଳୟ ଯିବାକୁ ଥିବା ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିବେ ।