Home Election ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ପାଇଁ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ମେୟର ପଦବୀ ଲାଗି ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛନ୍ତି ।

ଶ୍ରୀମତୀ ଆଚାର୍ଯ୍ୟ ଗୋଟିଏ ରାଜନୈତିକ ପରିବାରରୁ ଆସିଛନ୍ତି । ସେ ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । ମଧୁସ୍ମିତା ଛାତ୍ର ରାଜନୀତିରୁ ଆସିଥିବା ବେଳେ ବର୍ତ୍ତମାନ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅତୀତରେ ସେ କମଳା ନେହେରୁ କଲେଜର ଛାତ୍ର ସଂସଦ ସଭାପତି ଥିଲେ ।

କଂଗ୍ରେସ ଆଜି ତାହାର ମେୟର ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପ୍ରାର୍ଥୀଙ୍କ ନାମ ଆଗକୁ ଆଣି ନାହାନ୍ତି । କଂଗ୍ରେସ କେବଳ ଭୁବନେଶ୍ୱର ମହାନଗର ନିଗମ ପାଇଁ ନୁହେଁ, ଦିନକ ପୂର୍ବରୁ କଟକ ମହାନଗର ନିଗମ ପାଇଁ ମଧ୍ୟ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଛି ।

ତେବେ ଉଭୟ ମହାନଗରର ଲୋକେ ଏବେ ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀ କିଏ ହେବ ତାହା ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବର୍ତ୍ତମାନ ସୁଦ୍ଧା ମେୟର ପ୍ରାର୍ଥୀକୁ ନେଇ ତିନି ରାଜନୈତିକ ଦଳ ନିରବ ଅଛନ୍ତି ।

LEAVE A REPLY

Please enter your comment!
Please enter your name here