Home Covid ମଇ ୫ରୁ ୧୪ଦିନିଆ ଲକ୍‍ଡାଉନ୍‍

ମଇ ୫ରୁ ୧୪ଦିନିଆ ଲକ୍‍ଡାଉନ୍‍

ଭୁବନେଶ୍ୱର : କରୋନା ପ୍ରତିହତ ପାଇଁ ରାଜ୍ୟରେ ମଇ ୫ରୁ ୧୪ଦିନିଆ ଲକ୍‍ଡାଉନ୍‍ ପାଇଁ ସରକାର ଆଜି ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲକଡାଉନ୍‍ ଘୋଷଣା କରିବା ସହିତ ଏ ସଂକ୍ରାନ୍ତୀୟ ସୁବିସ୍ତୃତ ମାର୍ଗଦର୍ଶିକା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ତଦନୁଯାୟୀ ଲକଡାଉନ ସମୟରେ ଟିକାକରଣ ଜାରି ରହିବ।  ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ। ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।  ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ। ବ୍ୟାଙ୍କ ଓ ଏଟିଏମ ସେବା  ଜାରି ରହିବ । ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ। ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି।

ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ। କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। କିନ୍ତୁ ଦୋକାନ ମଧ୍ୟରେ ୩୦ଫୁଟ ଦୂରତା ରହିବ। ପରିବହନ ସେବା କଟକଣା ମୁକ୍ତ ହେବ। ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।  ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ। ଔଷଧ ଦୋକାନକୁ ଯାଇ ଲୋକେ ଔଷଧ କିଣିପାରିବେ। ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ହେବ। ବୈଦୁତିକ, ମୁତ୍ରିତ ଏବଂ ୱେବ ମିଡିଆକୁ ଅନୁମତି। ପେଟ୍ରୋଲ ପମ୍ପ ଓ ରୋଷେଇ ଗ୍ୟାସ ସେବାକୁ ଅନୁମତି।

 ଯାତ୍ରୀବାହୀ ବସ ଚଳାଚଳ ଓ ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା। ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ।  ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ। ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି। ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା। ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା।