Home Health ଭିମସାରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ

ଭିମସାରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ

86
0

ଭୁବନେଶ୍ୱର : ଆସନ୍ତା ୧୦ଦିନ ମଧ୍ୟରେ ଭିମସାରରେ ଆଉ ଗୋଟିଏ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ହେବ । ଏଥିରେ ୫୦ଟି ଆଇସିୟୁ ଶଯ୍ୟା ସହିତ ୨୫୦ ସାଧାରଣ ଶଯ୍ୟା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ମୁଖ୍ୟ ଶାସନ ସଚିବ ଆଜି ବରଗଡ, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାର କୋଭିଡ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିବାପରେ ଏହି ସୂଚନା ଦେଇଛନ୍ତି । ସମୀକ୍ଷା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ଜୋରଦାର ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି । ଭିମ୍‍ସାରରେ କାର୍ଯ୍ୟକାରୀ ହୋଇନଥିବା ମେଡିସିନ୍‍ ୱାର୍ଡରେ ଏହି ନୂତନ କୋଭିଡ ଡାକ୍ତରଖାନା କାର୍ଯ୍ୟ କରିବ । ତେବେ ପୂର୍ବରୁ ଥିବା କୋଭିଡ ଡାକ୍ତରଖାନାରେ ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ । ସେଠାରେ ଏବେ ୨୦ଟି ଆଇସିୟୁ ଶଯ୍ୟା ଥିବାବେଳେ ତାହାକୁ ୫୦କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here