Home Health ବଢ଼ୁଛି କରୋନା କହର

ବଢ଼ୁଛି କରୋନା କହର

ଭୁବନେଶ୍ୱର: ଲକଡାଉନ ଜାରି ହେବାର ୧୦ ଦିନ ପରେ ବି ରାଜ୍ୟରେ କରୋନାର କହର ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୨,୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୭୩ରେ ପହଞ୍ଚିଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୭୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ଭଦ୍ରକରୁ ୪୧୨, ବାଲେଶ୍ୱରରୁ ୩୪୦, ବଲାଙ୍ଗୀରରୁ ୪୬୧, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବୌଦ୍ଧରୁ ୨୨୮, ଦେବଗଡ଼ରୁ ୧୦୮, ଢେଙ୍କାନାଳରୁ ୧୭୪, ଗଜପତିରୁ ୧୧୫, ଗଞ୍ଜାମରୁ ୩୮୭, କୋରାପୁଟରୁ ୨୪୬, ଜଗତସିଂହପୁରରୁ ୨୫୯, ଯାଜପୁରରୁ ୪୩୬, କଳାହାଣ୍ଡିରୁ ୨୧୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୩୭, କେନ୍ଦୁଝରରୁ ୨୦୬, ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୩୬୨, ନୟାଗଡ଼ରୁ ୩୦୧, ନୂଆପଡ଼ାରୁ ୨୦୪, ସମ୍ବଲପୁରରୁ ୬୭୭, ସୋନପୁରରୁ ୧୭୮, ସୁନ୍ଦରଗଡ଼ରୁ ୮୮୨ଜଣ ଓ ଷ୍ଟେଟ୍ ପୁଲରୁ ୩୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିସୁଦ୍ଧା ରାଜ୍ୟରେ କରୋନା ପରୀକ୍ଷା ୧କୋଟି ୭୬ଲକ୍ଷକୁ ଟପିଥିବା ବେଳେ ମୋଟ୍‍ ୫,୮୮,୬୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧୦୪୦୧୬ଜଣ ସକ୍ରିୟ କରୋନା ସଂକ୍ରମିତ ଥିବା ଜଣାଯାଇଛି ।

ସେହପିରି ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିବା ସହ ସମୁଦାୟ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୭୩ରେ ପହଞ୍ଚିଛି । ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଜଣେ ୭୩ ବର୍ଷୀୟ, ଜଣେ ୨୪ ବର୍ଷୀୟ ଓ ଜଣେ ୪୦ ବର୍ଷୀୟ ପୁରୁଷ ଅଛନ୍ତି ।

ଅପରପକ୍ଷରେ କଟକ ଜିଲ୍ଲାର ଜଣେ ୯୭ ବର୍ଷୀୟ ପୁରୁଷ, ଦେବଗଡ଼ ଜିଲ୍ଲାର ଜଣେ ୫୯ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୭୫ ଓ ଜଣେ ୬୬ ବର୍ଷୀୟ ପୁରୁଷ, ବଲାଙ୍ଗୀର ଜିଲ୍ଲାର ଜଣେ ୪୭ ବର୍ଷୀୟା ମହିଳା, ବୌଦ୍ଧ ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା, ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷୀୟା ମହିଳା, ଗଜପତି ଜିଲ୍ଲାର ଜଣେ ୪୬ ବର୍ଷୀୟ ପୁରୁଷ, କଳାହାଣ୍ଡି ଜିଲ୍ଲାର ଜଣେ ୪୪ ବର୍ଷୀୟ ପୁରୁଷ ଓ ଜଣେ ୫୦ ବର୍ଷୀୟା ମହିଳା, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୫୯ ଓ ୬୫ ବର୍ଷୀୟ ପୁରୁଷ, କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ, ରାୟଗଡ଼ା ଜିଲ୍ଲାର ଜଣେ ୪୯ ଓ ଜଣେ ୩୬ ବର୍ଷୀୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ଓ ଅନ୍ୟ ଜଣେ ୪୭ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୭୪ ଓ ଜଣେ ୪୫ ବର୍ଷୀୟ ପୁରୁଷ ଥିବା ଜଣାଯାଇଛି ।

ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୦୦ ଛୁଇଁଥିବା ବେଳେ ସୁନ୍ଦରଗଡ଼ରେ ୨୧୯ ଓ ଅନୁଗୁଳରେ ଏହି ସଂଖ୍ୟା ୫୬ରେ ପହଞ୍ଚିଛି । ଏହାବାଦ ବଲାଙ୍ଗିରରେ ଏହି ସଂଖ୍ୟା ୫୫ ଛୁଇଁଥିବା ବେଳେ ବୌଦ୍ଧରେ ୨୦, କଟକରେ ୧୫୧, ଦେବଗଡ଼ରେ ୧୦, ଗଜପତିରେ ୩୯, ଗଞ୍ଜାମରେ ୨୬୭, କଳାହାଣ୍ଡିରେ ୬୪, କନ୍ଧମାଳରେ ୩୭, କେନ୍ଦ୍ରାପଡ଼ାରେ ୩୨, ମୟୂରଭଞ୍ଜରେ ୯୧, ବାଲେଶ୍ୱରରେ ୧୦୨, ପୁରୀ ୧୩୯, ଜଗତସିଂହପୁରରେ ୪୧, ସମ୍ବଲପୁରରେ ୮୫, ରାୟଗଡ଼ାରେ ୮୦ରେ ପହଞ୍ଚିଛି ସମୁଦାୟ ମୃତକଙ୍କ ସଂଖ୍ୟା ।