Home General ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ଆକାଶ

ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର : ଓଡିଆ ଅଭିନେତା, ସାମାଜିକ କାର୍ଯ୍ୟକର୍ତ୍ତା ତଥା ମୋ-କଲେଜର ଅଧ୍ୟକ୍ଷ ଆକାଶ ଦାଶ ନାୟକ ନିଜର ଜନ୍ମଦିନ ଅବସରରେ ଭୁବନେଶ୍ୱରର ଶ୍ରୀକୃଷ୍ଣ ଆନନ୍ଦ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ଏକ ମାଗଣାଚକ୍ଷୁ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିଥିଲେ।

ଶ୍ରୀ ନାୟକଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ଉଡ୍ର ପକ୍ଷରୁ ଭୂମିକା ଚକ୍ଷୁ ଚିକିତ୍ସାଳୟ ଏବଂ ଶ୍ରୀ ହସ୍ପିଟାଲ ସହଭାଗୀତାରେ ବୃଦ୍ଧାଶ୍ରମରେ ସ୍ୱାସ୍ଥ୍ୟଯାଞ୍ଚ କିଓସ୍କର ଆୟୋଜନ କରାଯାଇଥିଲା। ବିଭିନ୍ନ ରୋଗରେ ଆକ୍ରାନ୍ତ ବୃଦ୍ଧାଶ୍ରମ ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ତଥା ପାଖ ଅଞ୍ଚଳର ଲୋକମାନେ ଏହିକିଓସ୍କକୁ ଆସି ଚିକିତ୍ସିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା।

ଦାଶନାୟକ ମଧ୍ୟ ଅନ୍ତେବାସୀଙ୍କ ଗହଣରେ ସମୟ ଅତିବାହିତ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଷୟରେ ପଚାରି ବୁଝିଥିଲେ। ମାଗଣା ଡାକ୍ତରୀ ଚିକିତ୍ସା ପାଇବା ସହ ଅଭିନେତାଙ୍କ ସହିତ ସମୟ ଅତିବାହିତ କରିଥିବାରୁ ଅନ୍ତେବାସୀମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କଳାର ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦାସନାୟକଙ୍କ ପତ୍ନୀ ଶୁଭ୍ରଜ୍ୟୋତି ହାତି ମଧ୍ୟ ଅଂଶଗ୍ରହଣ କରିଥିଲେ।

ଦାଶନାୟକ କିଛି ବର୍ଷ ହେଲା ବୃଦ୍ଧାଶ୍ରମ ସହିତ ଜଡିତ ଅଛନ୍ତି ଏବଂ ପୂର୍ବରୁ ଉଡ୍ର ମାଧ୍ୟମରେ ଅନ୍ତେବାସୀଙ୍କ ପାଇଁ ଅନେକ ଉପକାରୀ କାର୍ଯ୍ୟ ମଧ୍ୟ କରିଛନ୍ତି। ଉଡ୍ର ପକ୍ଷରୁ“ଥିଲେ ଦିଅ ନଥିଲେ ନିଅ”ନାମକ ଏକ ପୋଷାକ ଦାନ ଅଭିଯାନ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଏବଂ ପ୍ରତିବର୍ଷ ସାରାରାଜ୍ୟରେ ଚାରା ରୋପଣ ଅଭିଯାନର ମଧ୍ୟ ଆୟୋଜନ କରାଯାଇଥାଏ।