Home News in Odia ବୁଦ୍ଧିଷ୍ଟ ସର୍କିଟ ପାଇଁ ୧୦୮୫କୋଟି ମଞ୍ଜୁର

ବୁଦ୍ଧିଷ୍ଟ ସର୍କିଟ ପାଇଁ ୧୦୮୫କୋଟି ମଞ୍ଜୁର

ଭୁବନେଶ୍ୱର : ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟକୁ ଅଧିକ ମଜଭୁତ କରିବା ପାଇଁ ୨୦୨୦-୨୧ରେ ପ୍ରାୟ ୧୦୮୫ କୋଟି ଟଙ୍କା ମଞ୍ଜୁର ହୋଇଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବୁଦ୍ଧିଷ୍ଟ ସର୍କିଟ ପାଇଁ ଲଳିତଗିରିଠାରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନୟନ ସକାଶେ ୧୯୩ କୋଟି ୪୦ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ଉଦୟଗିରିଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ଲାଗି ୧୭୫ କୋଟି ୬୪ ଲକ୍ଷ ଟଙ୍କା ଦେଇଛନ୍ତି । ରତ୍ନଗିରିଠାରେ ଅନୁରୂପ କାର୍ଯ୍ୟ ଲାଗି ୪୫୩ କୋଟି ୮୮ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଲାଙ୍ଗୁଡିଠାରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନୟନ ଲାଗି ୨୬୨କୋଟି ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଜାତୀୟ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ବୁଦ୍ଧିଷ୍ଟ ସର୍କିଟ ପ୍ରକଳ୍ପ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ କେନ୍ଦ୍ର ସରକାରଙ୍କୁ ୨୦୧୯ ମସିହାରେ ପ୍ରକଳ୍ପ ରିପୋର୍ଟ ସହିତ ଏକ ପ୍ରସ୍ତାବ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ଗତବର୍ଷ ଜୁଲାଇ ମାସରେ ମଧ୍ୟ ଆଉ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)