Home General ବୁଣାକାର ଯୋଜନାରେ ୪୧,୭୧୪ ଉପକୃତ

ବୁଣାକାର ଯୋଜନାରେ ୪୧,୭୧୪ ଉପକୃତ

93
0

ଭୁବନେଶ୍ୱର : ରାଜ୍ୟ ସରକାର ୨୦୦୬-୦୭ ଆର୍ଥିକ ବର୍ଷରେ ବୁଣାକାରମାନଙ୍କୁ ହସ୍ତତନ୍ତ ବିକାଶ ଯୋଜନାରେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୪୧,୭୧୪ ଜଣ ବୁଣାକାରଙ୍କୁ ଏହି ଯୋଜନାରେ ବିଭିନ୍ନ ସାଜ ସରଞ୍ଜାମ ମିଳିଛି ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‍ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୪୧,୭୧୪ ଜଣ ବୁଣାକାରଙ୍କୁ ଏହି ଯୋଜନାରେ ତନ୍ତ, ତନ୍ତ ସରଞ୍ଜାମ, ଡବି, ଜାକାର୍ଡ, ବବିନି ଘୁରାଇବା ଯନ୍ତ୍ର, ନଳି ଘୁରାଇବା ଯନ୍ତ୍ର, ଟାଣି ବିମ୍‍, ହତା, ବାନ୍ଧ ଫ୍ରେମ୍‍ ଓ ଚରଖା ଆଦି ଯୋଗାଇ ଦିଆଯାଇଛି ।

୨୦୦୬-୦୭ ବର୍ଷରେ ୭୮୭ ଜଣ ବୁଣାକାରଙ୍କୁ ଏହି ସହାୟତା ମିଳିଥିବା ବେଳେ ୨୦୧୯-୨୦ରେ ସହାୟତା ପାଇଥିବା ବୁଣାକାରଙ୍କ ସଂଖ୍ୟା ୪୨୪୬ ଥିଲା । ସେହିଭଳି ଚଳିତ ଆର୍ଥିକ ବର୍ଷରେ ହସ୍ତତନ୍ତ ବିକାଶ ଯୋଜନାରେ ୨୮ କୋଟି ୮୬ ଲକ୍ଷ ୬୧ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ବିପଣନ ସହାୟତା ବାବଦରେ ୪ କୋଟି ୫୩ ଲକ୍ଷ ଟଙ୍କା, ହସ୍ତତନ୍ତ ବିକ୍ରି ଉପରେ ୧୦ ପ୍ରତିଶତ ରିହାତି ବାବଦରେ ୫ କୋଟି ୪୦ ଲକ୍ଷ ଏବଂ ପ୍ରଚାର ପ୍ରସାର ପାଇଁ ୯୬ଲକ୍ଷ ୫୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ।

ବୁଣାକାରମାନଙ୍କ ଲାଗି ରାଜ୍ୟ ସରକାର ୨୦୨୦ ଅଗଷ୍ଟରେ ସୁଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଋଣ ବ୍ୟବସ୍ଥା ପ୍ରଚଳନ କରିଥିବା ବେଳେ ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ସେଲିଫେଡ୍‍କୁ ଯଥାକ୍ରମେ ୧୫ କୋଟି, ୯କୋଟି ଓ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here