Home General ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

275
0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବାକେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିିିପିିିପିିି ମୋଡ଼ରେ ନିର୍ମାଣ କରାଯିବ । ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଭାରତ ସରକାର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ।

ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱୂର୍ଣ୍ଣ ଭୂମିକା ନେବ । ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଏବଂ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ଆଶା କରାଯାଉଥିବା କାରବାର ବାର୍ଷିକ ୧୭୦ ମିଲିୟନ ଟନ୍ ଅତିକ୍ରମ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ବନ୍ଦରର ପାରିପାର୍ଶିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଷିକ ୨୫ ମିଲିୟନ ଟନ୍ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ଭଳି ମୁଖ୍ୟ ବନ୍ଦର ଗୁଡ଼ିକରେ ବଡ଼ ବଡ଼ ଜାହାଜ ଗୁଡିକର ପରିଚାଳନା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ବଡ଼ ଜାହାଜ ନିର୍ମାଣ ହେଉଥିବା ବେଳେ ଏହି ଜାହାଜ ଗୁଡ଼ିକ ପାରାଦୀପ ବନ୍ଦରରେ ଥିବା ଡ଼କ ଭିତରକୁ ଆସିାରୁନାହିଁ ।

ଫଳରେ ବର୍ତମାନ ବଡ ଜାହାଜ ଗୁଡିକ କଲମ୍ବୋ ଏବଂ ସିଙ୍ଗାପୁର ଅଭିମୁଖେ ଯାଉଛନ୍ତି । ବଡ଼ ଜାହାଜ ଆଣିବା ପାଇଁ ଭାରତକୁ ବଡ଼ ବନ୍ଦର ଏବଂ ଡ଼କ୍ ଦରକାର । ତେଣୁ ଏହି ବଡ଼ ବଡ଼ ଜାହାଜ ଗୁଡିକ ପରିଚାଳନା କରିବା ପାଇଁ ଆବଶ୍ୟକ ରହିଛି ଆନୁଷଙ୍ଗିକ ବ୍ୟବସ୍ଥା । ତେବେ ପ୍ରସ୍ତାବିତ ୱେଷ୍ଟନ୍ ଡକ୍ ନିର୍ମାଣ କରାଯିବାର ନିଷ୍ପତି ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ସହଜରେ ଆସିାରିବ

ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ । ପାରାଦୀପ ବନ୍ଦରକୁ ବଡ଼ ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ହେଉଥିଲା, ଏହା ଏହା ଦୂର ହେବ । ପାରାଦୀପ ବନ୍ଦରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବଡ଼ ବଡ଼ ଜାହାଜ ଲାଗିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍ହୋ ଇପାରିବ, ସମୁଦ୍ରରେ ମାଲ ପରିବହନ ମୂଲ୍ୟ ହ୍ରାସ ହେବା ଏବଂ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ ।

ମୋଦି ସରକାରରେ ପାରାଦୀପ ଦେଶର ଅନ୍ୟତନ ବୃହତମ ବନ୍ଦର ରୂପେ ପରିଗଣିତ ହେଲାଣି । ମୋଦି ସରକାର ପୂର୍ବରୁ ପାରାଦୀପ ବନ୍ଦରରେ ବାଣିଜ୍ୟିକ କାରବାର ୬୦ ମିଲିୟନ ମେଟ୍ରିକ୍ ଟନ(ଏମଏମଟି) ଥିବା ବେଳେ ଏବେ ତାହା ବଢ଼ି ୧୧୨ ମିଲିୟନ ମେଟ୍ରିକ ଟନରେ ପହଁଚିଛି ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

ସେହିରି ଦେଶରେ ପ୍ରଥମ ଜେନେରେସନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବ । ବିକଳ୍ପ ଇନ୍ଧନର ବ୍ୟବସାୟିକ ମଡେଲ ଇଥାନଲ ହେବ । ଏଥିାଇଁ ସଂଶୋଧିତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଥିବା ଶ୍ରୀ ପ୍ରଧାନ କ୍ୟାବିନେଟ୍ ମଞ୍ଜୁରି ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରାୟତଃ ଦେଶରେ ବଳକା ଚାଉଳ, ଗହମ, ବାର୍ଲି, ମକାରୁ ବର୍ଜ୍ୟ, ଆଖୁ ଛେଦାରୁ ଇଥାନଲ ଉତ୍ପାଦନ ହୋଇଥାଏ । ଆଜି କ୍ୟାବିନେଟର
ଅନୁମୋଦନ ଦ୍ୱାରା ଏହି ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବଢିବ । ଅନେକ ଚାଷୀଙ୍କୁ ଲାଭ ଦେବା ପାଇଁ
ସରକାର ଉପଲବ୍ଧ ମକା ଏବଂ ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଭାରତର ଖାଦ୍ୟ ଉଦ୍ୟୋଗ(ଏଫସିଆଇ) ସହ ଡିଷ୍ଟିଲାରୀ ଗୁଡିକୁ ପ୍ରୋତ୍ସାହନ ଦେଉଛନ୍ତି ।

୨୦୨୨ ସୁଦ୍ଧା ପେଟ୍ରୋଲରେ ଇଥାନଲର ୧୦ ଭାଗ ମିଶାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୬ ସୁଦ୍ଧା ୧୫ ପ୍ରତିଶତ ଇଥାନଲ ଓ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶାଇବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ । ବିଗତ
୬ ବର୍ଷ ମଧ୍ୟରେ ଆଖୁ ଚାଷୀମାନେ ଉପକୃତ ହୋଇଛନ୍ତି କାରଣ ଡିଷ୍ଟୁଲାରୀର କ୍ଷମତା ବର୍ତମାନ ଦ୍ୱିଗୁଣିତ ହୋଇ ବର୍ତମାନ ୪୨୬ କୋଟି ଲିଟରରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here