Home Administration ବିଶ୍ୱନାଥ ସିଂହ ଜାଡୋନ ନୂଆ ଏଜି

ବିଶ୍ୱନାଥ ସିଂହ ଜାଡୋନ ନୂଆ ଏଜି

ଭୁବନେଶ୍ୱର : ଶ୍ରୀ ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।  ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡ଼ୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ ।  

ସେ ତାପଜ ଯାନ୍ତ୍ରିକ ଵିଭାଗରେ ଏମ. ଟେକ କରିବା ପରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାରେ ୨୦୦୩ ମସିହାରେ ଯୋଗଦାନ କରିଥିଲେ ।   ଆମେରିକାର ISACA  ଅନୁଷ୍ଠାନ ଦ୍ୱାରା ସୂଚନା ପ୍ରଣାଳୀ ବିଜ୍ଞାନର ଜଣେ ସ୍ୱୀକୃତିପ୍ରାପ୍ତ ଲେଖା ପରୀକ୍ଷକ ଭାବେ କୃତିତ୍ୱ ଅର୍ଜନ କରିବା ପରେ ଲଣ୍ଡନ ପ୍ରଧାନ ନିର୍ଦେଶକ କାର୍ଯ୍ୟାଳୟରେ ନିର୍ଦେଶକ ଭାବେ ଯୋଗଦେଇଥିଲେ ।

ଓଡିଶା ବିଧାନ ସଭାରେ ଉପସ୍ଥାପିତ ହେବାକୁ ଥିବା ପାରଫର୍ମାନ୍ସ ଓ କମ୍ପାଲାଏନ୍ସ ରିପୋର୍ଟ ପ୍ରସ୍ତୁତି, ପବ୍ଲିକ ଏକାଉଣ୍ଟସ କମିଟରେ ଆଲୋଚିତ ହେବାକୁ ଥିବା ସମସ୍ତ ବିଷୟ ତାଙ୍କ ନିର୍ଦେଶାନୁସାରେ କରାଯିବ ।  ଏହାଛଡା ସରକାରୀ ଉଦ୍ୟୋଗ ଓ ନିଗମ ଅଡିଟ ବିଭାଗ ତାଙ୍କ ଅଧୀନରେ ରହିବ ।

ଗତ ଫନି ପ୍ରଳୟଙ୍କରୀ ମହାବାତ୍ୟା ସମୟରେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ ପୁରୀରେ ଏ. ଜି ଆମ୍ବୁଲାନ୍ସ ଓ ଏ. ଜି କଲୋନୀ ସିଟିଜେନ କମିଟି ସଭ୍ୟଙ୍କ ସକ୍ରିୟ ସହଯୋଗରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ସହ ବହୁ ଧନ ଜୀବନ ବଞ୍ଚାଇ ଥିବାରୁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।