Home General ବିଶେଷ ଟ୍ରେନରେ ଅଣସଂରକ୍ଷିତ ଟିକେଟ୍ ଅନୁମତି

ବିଶେଷ ଟ୍ରେନରେ ଅଣସଂରକ୍ଷିତ ଟିକେଟ୍ ଅନୁମତି

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବା ପାଇଁ  ଅନୁମତି ଦେଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।

ବର୍ତ୍ତମାନ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦେଇଥିବାବେଳେ ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ 08521/08522 ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ 07265/07266 କାକିନଡା-ବିଶାଖାପାଟନମ୍-କାକିନଡା ବିଶେଷ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି |

ଏହା ବ୍ୟତୀତ, ଖୁବ୍ ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ଼-ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ସ୍ପେଶାଲ୍ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି |

କୋଭିଡ ପାଇଁ ଟ୍ରେନ ଯାତ୍ରା ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ | ଅଣସଂରକ୍ଷିତ ୟୁଟିଏସ ଟିକେଟ୍ କୁ ବର୍ତ୍ତମାନ ଉପରୋକ୍ତ ସୀମିତ ଟ୍ରେନ୍ ଗୁଡିକରେ ଅନୁମତି ଦିଆଯାଉଛି ଯେଉଁଥିରେ କେବଳ ଏହିପରି ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି |

ଟ୍ରେନ୍ ଯାତ୍ରା ସମୟରେ ଷ୍ଟେସନରେ କୋଭିଡ ସଙ୍କଟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ କୋଭିଡ19 ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଉଅଛି |

LEAVE A REPLY

Please enter your comment!
Please enter your name here