Home Administration ବିଦେଶରୁ ଟିକା କିଣିବ ଓଡିଶା

ବିଦେଶରୁ ଟିକା କିଣିବ ଓଡିଶା

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଯଥାଶୀଘ୍ର ଟିକା ଦାନ ଲାଗି ରାଜ୍ୟ ସରକାର ବିଦେଶରୁ ଟିକା ଆଣିବେ । ଏଥିପାଇଁ ଖୁବ୍‍ଶୀଘ୍ର ଆର୍ନ୍ତଜାତୀୟ ଟେଣ୍ଡର ଜାରି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ରେ ସ୍ଥିର ହୋଇଛି ।

କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର କହିଛନ୍ତି ଯେଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟ ବାସୀଙ୍କୁ  ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟା ର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି ।

ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି ।ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ବେ କୋଭିଡ଼ ଯୁଦ୍ଧ ରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ କର୍ମଚାରୀ ମାନେ ଯେଉଁ ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି।

ଟୀକା ନେଇଥିବା ବ୍ୟକ୍ତି ମାନଙ୍କ ର  ସକ୍ରମଣ ହେଲେ ବି ତାହା  ବହୁତ କମ୍ ଲଷଣ ଯୁକ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ ।

ଏହି ଉଦ୍ଦେଶ୍ୟ ରେ ଓଡ଼ିଶା ବାସୀ ଯେପରି ସୁବିଧା ରେ ଟୀକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ  ଟୀକା ସଗ୍ରହ ନିମନ୍ତେ  ପଦକ୍ଷେପ ନିଆଯିବ ।ଏଥିପାଇଁଏକ ଆର୍ନ୍ତଜାତୀୟ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି ।

ଆମର ବିପଦସକୁଳ ଜନସାଧାରଣ ଙ୍କ ର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟ ବାନ ଜୀବନ ର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ର ପୁନସ୍ଥାପନରେ  ଏହା ସହାୟକ ହେବ ।ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ ।

ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

କୋଭିଡ଼ ବିରୁଦ୍ଧରେ  ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇ କୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ  ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି  ।

ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା  ଠିକ୍ ଭାବେ ମାସ୍କ ପିନ୍ଧିବା  ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦି କୁ  କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ  ଜନସାଧାରଣ ଙ୍କୁ ବିନମ୍ର ଅନୁରୋଧ ।