ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ଭାରତ ବାହାରେ ଯତା ଆମେରିକା, ଜାପାନ, ଅଷ୍ଟ୍ରେଲିଆ,ଫ୍ରାନ୍ସ, ଇଂଲଣ୍ଡ, ଭିଏତନାମ, ସ୍ପେନ, ପୋଲାଣ୍ଡ, କାନାଡା, ନ୍ୟୁଜିଲାଣ୍ଡ ଓ ଇଟାଲୀ ଆଦି ଦେଶକୁ ରପ୍ତାନି ହୋଇଛି । ଏହିସବ ସାମଗ୍ରୀର ପରିମାଣ ୧୨ କୋଟି ୬୫ହଜାର ଟଙ୍କା ବୋଲି ବିଧାସଭାରେ ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ବିକ୍ରି ପାଇଁ ୨୦୦୦ ମସିହାରେ ସରକାରୀ ସ୍ତରରେ ରାଜ୍ୟ ଭିତରେ ୧୩୫ଯି ଓ ରାଜ୍ୟ ବାହାରେ ୨୨ଟି ବିକ୍ରୟ କେନ୍ଦ୍ର ଥିଲା ଓ ସେଗୁଡିକରେ ବାର୍ଷିକ ପାଖପାଖି ୩୦କୋଟି ଟଙ୍କାର କାରବାର ହେଉଥିଲା ।
ବର୍ତ୍ତମାନ ସରକାରୀ ସ୍ତରରେ ରାଜ୍ୟ ଭିତରେ ୧୦୫ଟି ଓ ରାଜ୍ୟ ବାହାର ୧୨ଟି ବିକ୍ରୟ କେନ୍ଦ୍ର ରହିଛି ଏବଂ ସେମାନେ ବାର୍ଷିକ ୨୭୨ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରୁଛନ୍ତି ।