Home News in Odia ବିଜେପିରେ ସଞ୍ଜୀବ ସାହୁ

ବିଜେପିରେ ସଞ୍ଜୀବ ସାହୁ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଚାରିଥରର ବିଜେଡି ବିଧାୟକ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଶ୍ରୀ ସାହୁ ବିଜେପିରେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି ଯେ ମୁଁ ମୋର ର୍ନିବାଚନମଣ୍ଡଳୀରେ ଏକ ମାସ ଭ୍ରମଣ କରି ବିଭିନ୍ନ ସମର୍ଥକଙ୍କ ସହ ଆଲୋଚନା କଲି । ମୋର ସମସ୍ତ ସମର୍ଥକ କହିଛନ୍ତି ଯେ ମୁଁ ଯେଉଁଆଡେ ଯିବି ସେମାନେ ମୋତେ ସମର୍ଥନ କରିବେ । ତେଣୁ ସେମାନଙ୍କ ପରାମର୍ଶ ଅନୁଯାୟୀ ମୁଁ ଆଜି ବିଜେପିରେ ଯୋଗ ଦେଇଛି ।

ପୂର୍ବତନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଜେପିରେ ଯୋଗ ଦେଇଛନ୍ତି ।

ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀ ସାହୁ ଗତ ନଭେମ୍ବର ୩ ରେ ବିଜେଡିରୁ ଇସ୍ତଫା ଦେଇଥିଲେ । ୬୧ ବର୍ଷ ବୟସ୍କ ରାଜନେତା ପ୍ରଥମେ ବୀରମହାରାଜପୁରରୁ ୨୦୦୩ ରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଟିକେଟରେ ର୍ନିବାଚିତ ହୋଇଥିଲେ । ୨୦୦୪ ମସିହାରେ ସେ ସମାନ ର୍ନିବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ର୍ନିବାଚିତ ହୋଇଥିଲେ । ପରେ, ସେ ୨୦୦୯ ଏବଂ ୨୦୧୯ ରେ ଦୁଇଥର ଆଠମଲିକ ର୍ନିବାଚନମଣ୍ଡଳୀରୁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ ।

ତେବେ ୨୦୧୯ ରେ ଗତ ର୍ନିବାଚନ ସମୟରେ ଏହି ଭେଟେରାନ ନେତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା ।

ଶ୍ରୀ ସାହୁ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟ, ପଞ୍ଚାୟତିରାଜ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ । ଶ୍ରୀ ସାହୁ ୨୦୦୮ ରୁ ୨୦୦୯ ପର୍ଯ୍ୟନ୍ତ ଏବଂ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସ୍କୁଲ ଏବଂ ଗଣଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ (ସ୍ୱାଧୀନ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।