Home Administration ବିଜୁ ଏକ୍ସପ୍ରେସୱେ ସମ୍ପ୍ରସାରଣକୁ କ୍ୟାବିନେଟ୍‍ ମୋହର

ବିଜୁ ଏକ୍ସପ୍ରେସୱେ ସମ୍ପ୍ରସାରଣକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ପଶ୍ଚିମଓଡିଶାର ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୈତିକ ଉନ୍ନତି ଯୋଗାଇବା ଲକ୍ଷ୍ୟରେ ୧୭୪.୫ କିଲୋମିଟର ବିଜୁ ଏକ୍ସପ୍ରେସୱେ କଳାହାଣ୍ଡି ଓ ନୂଆପଡା ଦେଇ ଯିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ମଞ୍ଜୁର କରିଛି ।

ଏହି ଏକ୍ସପ୍ରେସୱେ ରାଜ୍ୟର ଶିଳ୍ପ ତଥା ବାଣିଜ୍ୟର ବିକାଶ ଘଟାଇବ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ସମାନ୍ତରାଳ ଭାବେ ବିଜୁ ଏକ୍ସପ୍ରେସୱେ ଦେଇ ଶିଳ୍ପର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି ।

ଏହି ଏକ୍ସପ୍ରେସ୍‍ୱେ ପାଇଁ ରାଜ୍ୟ ସରକାର ଇପିସି ଚୁକ୍ତିନାମା ମାଧ୍ୟମରେ ୪୪୮.୦୨କୋଟି ଟଙ୍କା ବ୍ୟୟରେ ଏହାକୁ ୪ଲେନ୍‍ ବିଶିଷ୍ଟ ସହିତ ଏହା ପଥରେ ୧୭ଟି କ୍ଷୁଦ୍ର ପୋଲ ଏବଂ ୮ଟି ବୃହତ ପୋଲ ନିର୍ମାଣ କରାଯିବ ।

ବିଜୁ ତ୍ୱରିତ ପଥର ଘଟିପଡା ଠାରୁ ସିନାପାଲ୍ଲୀ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ ୧୦୪.୬୫ କିଲୋମିଟର ସହିତ ୬ଟି ଛୋଟ ଓ ୬ଟି ବୃହତ୍‍ ପୋଲ ନିର୍ମାଣ ହେବ । ସେହିପରି ଉକ୍ତ ଏକ୍ସପ୍ରେସୱେର ସିନାପଲ୍ଲୀ ଠାରୁ ଧର୍ମଗଡ ଦେଇ ଆମପାଣି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ୫୯.୮୫ କିଲୋମିଟର ବିଶିଷ୍ଟ ରାସ୍ତା ଓ ତାହା ସହିତ ୧୧ଟି ଛୋଟ ଓ ୨ଟି ବୃହତ୍‍ ପୋଲ ନିର୍ମାଣ କରାଯିବ ।

LEAVE A REPLY

Please enter your comment!
Please enter your name here