Home Administration ବିଏମ୍‍ସି ମଙ୍ଗ ଧରିବେ ମହିଳା

ବିଏମ୍‍ସି ମଙ୍ଗ ଧରିବେ ମହିଳା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ମଙ୍ଗ ମହିଳାଙ୍କ ହାତରେ ରହିବ । ଆଗାମୀ ପୌର ନିର୍ବାଚନରେ ବିଏମ୍‍ସିର ମେୟର ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯଦି ଏହା ଉପରେ କୌଣସି ଆପତ୍ତି ଅଭିଯୋଗ ନଆସେ ତେବେ ବିଏମ୍‍ସି ମୁଖିଆ ପଦରେ ଜଣେ ମହିଳା ବସିବା ନିଶ୍ଚିତ ।

ସେହିଭଳି ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଠାରେ ମଧ୍ୟ ଆପତ୍ତି ଅଭିଯୋଗ ନହେଲେ ଜଣେ ମହିଳା ମେୟର ହେବା ଏକ ପ୍ରକାର ନିଶ୍ଚିତ । କଟକ ମହାନଗର ନିଗମ (ସିଏମ୍‍ସି) ର ମେୟର ପଦବୀ କିନ୍ତୁ ଅଣସଂରକ୍ଷିତ ରହିଛି । ତେଣୁ ଏଠାରେ କୌଣସି ବର୍ଗର ମହିଳା କିମ୍ବା ପୁରୁଷ ମହାନଗର ନିଗମର ମଙ୍ଗ ଧରିବେ ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ତିନି ମହାନଗର ପାଇଁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ୧୫ଦିନ ମଧ୍ୟରେ ଏ ନେଇ ଯଦି କାହାର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଦାଖଲ ପାଇଁ କହିଛନ୍ତି । ଅଭିଯୋଗ ଉପରେ ବିଚାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ମେୟରମାନେ ସିଧାସଳଖ ଭାବେ ର୍ନିବାଚିତ ହେବେ । ପୂର୍ବରୁ ନିର୍ବାଚିତ କାଉନସିଲରଙ୍କ ମଧ୍ୟରୁ ଜଣେ ମେୟର ଚଉକିରେ ବସୁଥିଲେ ।