Home General ବାହାରର ୭୦ ସଂସ୍ଥାଙ୍କୁ ଓକାକ ଦେଇଛି କାମ

ବାହାରର ୭୦ ସଂସ୍ଥାଙ୍କୁ ଓକାକ ଦେଇଛି କାମ

ଭୁବନେଶ୍ୱର : ବିଗତ ୬ବର୍ଷ ମଧ୍ୟରେ ଓକାକ ଯେତିକି ସଂସ୍ଥାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛି ସେଥି ମଧ୍ୟରେ ରାଜ୍ୟ ବାହାରର ସଂସ୍ଥାଙ୍କ ସଂଖ୍ୟା ଅଧିକ । ରାଜ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୫-୧୬ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଓକକା ଦ୍ୱାରା ମୋଟ୍‍ ୧୩୮ଟି ସଂସ୍ଥାଙ୍କୁ ବିଭିନ୍ନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏଥି ମଧ୍ୟରେ ରାଜ୍ୟ ଭିତରର ୬୮ଟି ସଂସ୍ଥା ଥିବାବେଳେ ରାଜ୍ୟ ବାହାରର ୭୦ଟି ରହିଛନ୍ତି ।

ସେହିଭଳି ରାଜ୍ୟର ବିଭିନ୍ନ ବିଭାଗ, ନିର୍ଦ୍ଦେଶ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ଓକାକ ଦ୍ୱାରା ୨୦୧୫-୧୬ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୨୫୦ କୋଟି ୭୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ତେବେ କେଉଁ ବିଭାଗ ପାଇଁ କେତେ ଅର୍ଥର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ତାହା ଏବେ ଉପଲବ୍ଧ ନଥିବା ମନ୍ତ୍ରୀ ଦର୍ଶାଇଛନ୍ତି । (ତଥ୍ୟ)