Home General ବାପ ମା’ ଛେଉଣ୍ଡଙ୍କ ଦାୟିତ୍ୱ ସରକାର ନେବେ

ବାପ ମା’ ଛେଉଣ୍ଡଙ୍କ ଦାୟିତ୍ୱ ସରକାର ନେବେ

ଭୁବନେଶ୍ୱର : କୋଭିଡ କାଳରେ ବାପ ମା’ ଛେଉଣ୍ଡ ପିଲାଙ୍କ ଦାୟିତ୍ୱ ସରକାର ବହନ କରିବେ । ସରକାରୀ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ମାସିକ ୨ହଜାର ଟଙ୍କାର ସହାୟତା ସହିତ ସେମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରାଯିବ । ଏପରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କ କୋଚିଂ ଠାରୁ ଆରମ୍ଭ କରି ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦ୍ଦେଷ୍ଟା ସୁଲତା ଦେଓ ।

କୋଭିଡ ସମୟରେ ଅନାଥ ହେଉଥିବା ଶିଶୁଙ୍କ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଭଳି ଶିଶୁମାନଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବ । ବିଶେଷକରି ୨୦୨୦ ମସିହାରୁ କାର୍ଯ୍ୟକାରୀ ହେଉଥିବା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସେମାନଙ୍କୁ ସୁରକ୍ଷା ମିଳିପାରିବ ।

ଏହି ଯୋଜନାରେ ମାସିକ ସହାୟତା ସହିତ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଅର୍ଥ ଯୋଗାଇ ଦିଆଯିବ । ଏଥିରେ ଆଇଟିଆଇ ଭଳି ପାଠପଢିବାପାଇଁ ବାର୍ଷିକ ୭୦୦୦ ଟଙ୍କା, ଡିପ୍ଲୋମା ଏବଂ ପଲିଟେକନିକ୍‍ ପାଇଁ ୧୦ହଜାର, ବି.ଟେକ୍‍, ଏମ୍‍ସିଏ, ବି.ଫାର୍ମା ଭଳି ପାଠ୍ୟକ୍ରମ ପାଇଁ ୩୦ହଜାର ଏବଂ ଡାକ୍ତରୀ ଶିକ୍ଷା ପାଇଁ ବାର୍ଷିକ ୫୦ହଜାର ଦିଆଯାଉଛି । ଏଥି ସହିତ କୋଚିଂ ନେବାପାଇଁ ଏକକାଳୀନ ୪୦ହଜାର ଟଙ୍କର ସହାୟତା ମିଳୁଛି ।

ଅନ୍ୟ ପକ୍ଷରେ କରୋନାରେ ବାପ ମା’ଙ୍କୁ ହରାଇଥିବା ୩୫ଜଣ ଶିଶୁ ଚିହ୍ନଟ ହୋଇଥିବାବେଳେ ଅନ୍ୟମାନଙ୍କ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦେବାପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଉଲ୍ଲେଖନୀୟ ଯେ ପୂର୍ବର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ବାପ ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ଶିଶୁ ଏବଂ ବେସାହାରା ହୋଇଥିବା ଲୋକଙ୍କୁ ୧୫ଦିନ ମଧ୍ୟରେ ଗୋପବନ୍ଧୁ ପେନ୍‍ସନ ଯୋଜନାରେ ଅର୍ନ୍ତଭୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here