Home News in Odia ବାଧକ ସାଜିଛନ୍ତି ରାଜ୍ୟ ସରକାର

ବାଧକ ସାଜିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶାର ବିକାଶରେ ବାଧକ ନିଜେ ରାଜ୍ୟ ସରକାର । ମୋଦି ସରକାର ଓଡିଶାର ଉନ୍ନତି ଓ ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ଏଥିପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଦେଉଛନ୍ତି । ମାତ୍ର ଦୁର୍ନୀତିରେ ଉବୁଟୁବୁ ରାଜ୍ୟ ସରକାରଙ୍କ ଗରୀବମାରଣ ନୀତି କାରଣରୁ ବିଜେଡିର ଆନୁଗତ୍ୟ ଓ ଅଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି କିନ୍ତୁ ଯୋଗ୍ୟ ହିତାଧିକାରୀ କୁଡିଆରେ ରହୁଛି ।

କୋଭିଡ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସିଥିବା ଅର୍ଥରୁ ପ୍ରାୟ ୮୦୦ କୋଟି ଟଙ୍କାର ମିଛ ବିଲ୍ କରି ବିଜେଡି ନେତା ଓ କର୍ମୀମାନେ ହଡପ୍ କରିଛନ୍ତି । ସେହିପରି ପଂଚାତୟରାଜ ବିଭାଗକୁ ଶାସକ ବିଜେଡି ନେତାମାନେ କବ୍‌ଜା କରି ରଖିଛନ୍ତି । ମୋଦି ପଠାଉଥିବା ଅର୍ଥ ବାଟମାରଣା ହେଉଥିବା କାରଣରୁ ଗ୍ରାମାଂଚଳର ବିକାଶ ସଠିକ ଭାବେ ହୋଇପାରୁନାହିଁ ।

କୃଷକଙ୍କ ଅର୍ଥନୀତିର ବିକାଶ ପାଇଁ ମୋଦି ସରକାରଙ୍କ ବହୁ କଲ୍ୟାଣମୁଳକ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରାଉ ଥିବାରୁ କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିବା ସହ ଶାସକ ବିଜେଡିର ମନୋମୁଖୀ ଶାସନ ବିରୋଧରେ ଲଢେଇକୁ ଆହୁରୀ ତୀବ୍ରତର କରାଯିବାର ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

ରାଜ୍ୟରେ ଥିବା ୫୫୦ରୁ ଉର୍ଦ୍ଧ୍ୱ ପୋଲିସ ଥାନାଗୁଡିକ ଶାସକ ବିଜେଡିର କବ୍‌ଜାରେ, ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଏବଂ ରାଜନୈଡିକ ପୃଷ୍ଟପୋଷକତାରେ ହତ୍ୟା କାରଣରୁ ସାଧାରଣ ଜନତା ନିଜ ନ୍ୟାର୍ଯ୍ୟ ନ୍ୟାୟ ପାଇବାରୁ ବଂଚିତ । ପୋଲିସ ବ୍ୟବସ୍ଥା ଉପରେ ଜନତାଙ୍କ ଭରଷା ତୁଟି ଯାଉଛି । ରାଜ୍ୟରେ ମହିଳା, ବାଳିକା, ଶିଶୁ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ମହିଳା ହିଂସାର ଅପରାଧୀଙ୍କୁ ଶାସକ ବିଜେଡିର ପ୍ରରୋଚନାରେ ସୁରକ୍ଷା ଯୋଗାଇ ଦିଆଯାଉଛି । ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା କରାଯାଇ ଭୟଭୀତ କରୁଛନ୍ତି ।

ଗତ ପଂଚାୟତ ନିର୍ବାଚନ ସମୟରେ ରାଜନୈତିକ ହିଂସାପରାୟଣ ହୋଇ ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଥିଲା, ଯାହାର ଉତର ବର୍ତମାନ ସୁଦ୍ଧା ମିଳିପାରିନାହିଁ । ନବେ ଦଶକର ପରିସ୍ଥିତି ଭଳି ଆଜି ସମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସୃଷ୍ଟି ହୋଇଛି । ରାଜ୍ୟରେ ନିଶା ବ୍ୟବସାୟ ଓ ଚାଲାଣ ବୃଦ୍ଧି ପାଇଚାଲିଛି ।ଲଘୁ ଖଣିଜ ଦ୍ରବ୍ୟର ପ୍ରଚୁର ପରିମାଣରେ ଚେରା କାରବାର ହେଉଛି । ଆଉ ଏହି ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତିନଧି ଓ ପୋଲିସ ସଂପୃକ୍ତ ଥିବାର ପ୍ରମାଣ ମିଳିଛି ।

ସେହିପରି ଯେଉଁ ମହାପୁରୁଷଙ୍କ ଉଦ୍ୟମରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ହୋଇଥିଲା, ଆଜି ବିଜେଡି ଶାସନ ସମୟରେ ସେହି ମହାପୁରୁଷଙ୍କ ସ୍ୱପ୍ନ ଧୁଳିସାତ ହୋଇଛି । ରାଜ୍ୟର ସୀମାନ୍ତ ଅଂଚଳ ଅସୁରକ୍ଷିତ ଓ ବର୍ତମାନ ପଡୋଶୀ ରାଜ୍ୟର କବ୍‌ଜାରେ । କେବଳ ଆତ୍ମପ୍ରଚାର ସର୍ବସ୍ୱ ଓ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବିଜେଡି ସରକାର ରାଜ୍ୟର ସାମୁହିକ ବିକାଶର ବାଧକ ସାଜିଛନ୍ତି । କାମ୍ପା ଫଣ୍ଡ, ଡିଏମଏଫ ଫଣ୍ଡ ଅର୍ଥକୁ ହରିଲୁଟ କରିବା, ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୈାନ୍ଦର୍ଯୀକରଣ ନାଁରେ ବୁଲଡୋଜର ଲଗାଇ ଓଡିଆ ଐତିହ୍ୟକୁ ନଷ୍ଟ କରାଯିବାର ଚକ୍ରାନ୍ତକ୍‌ୁ ଆଦୈା ଗ୍ରହଣ କରାଯିବ ନାହିଁ ବୋଲି ଆଜିର କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।

ଏହି ସମସ୍ତ ପ୍ରସଙ୍ଗରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଚିନ୍ତାପ୍ରକଟ କରାଯିବା ସହ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି । ଏହି ଅବସରରେ ବିଧାୟକ ଶଂକର ଓରାମ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।