Home General ବାଦ ପଡ଼ିଲେଣି ୮୦ହଜାରରୁ ଅଧିକ ଭୋଟର

ବାଦ ପଡ଼ିଲେଣି ୮୦ହଜାରରୁ ଅଧିକ ଭୋଟର

ଭୁବନେଶ୍ୱର : ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩,୦୧,୧୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବାବେଳେ ୮୦,୦୩୦ ଜଣ ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ଅନୁଯାୟୀ ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ୧୨୭୦୧ ଜଣ ଭୋଟର ଯୋଗ ଦେଇଥିବାବେଳେ ୬୨୫୧ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି ।

ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୫୧୬୦ ଜଣ ଯୋଗ ଓ ୪୬୨ ଜଣ ବାଦ୍‌, ସୁନ୍ଦରଗଡ଼ ଜିଲ୍ଲାରେ ୧୪୧୩୩ ଜଣ ଯୋଗ ଓ ୨୪୬୭ ଜଣ ବାଦ୍‌, ସମ୍ବଲପୁର ଜିଲ୍ଲାରେ ୪୫୩୩ ଜଣ ଯୋଗ ଓ ୧୨୪୯ ଜଣ ବାଦ୍‌, ଦେବଗଡ଼ରେ ୧୬୬୨ ଜଣ ଯୋଗ ଓ ୩୩୯ ଜଣ ବାଦ୍‌, କେନ୍ଦୁଝରରେ ୧୦୨୪୮ ଜଣ ଯୋଗ ଓ ୨୩୧୯ ଜଣ ବାଦ୍‌, ମୟୂରଭଞ୍ଜରେ ୧୩୫୯୬ ଜଣ ଯୋଗ ଓ ୧୩୮୮ ଜଣ ବାଦ୍‌, ବାଲେଶ୍ୱରରେ ୧୪୭୫୯ ଜଣ ଯୋଗ ଓ ୪୯୭୩ ଜଣ ବାଦ୍‌ ପଡିଛନ୍ତି ।

ସେହିଭଳି ଭଦ୍ରକରେ ୧୧୫୬୬ ଜଣ ଯୋଗ ଓ ୬୬୯୭ ଜଣ ବାଦ୍‌, ଯାଜପୁରରେ ୮୩୪୨ ଜଣ ଯୋଗ ଓ ୨୨୦୯୧ ଜଣ ବାଦ୍‌, ଢେଙ୍କାନାଳରେ ୮୨୪୫ ଜଣ ଯୋଗ ଓ ୩୨୯ ଜଣ ବାଦ, ଅନୁଗୋଳରେ ୯୫୬୪ ଜଣ ଯୋଗ ଓ ୭୧୮ ଜଣ ବାଦ୍‌, ସୁବର୍ଣ୍ଣପୁରରେ ୪୧୧୦ ଜଣ ଯୋଗ ଓ ୧୦୯ ଜଣ ବାଦ୍‌, ବଲାଙ୍ଗିରରେ ୨୪୫୯୮ ଜଣ ଯୋଗ ଓ ୨୪୬୦ ଜଣ ବାଦ୍‌, ନୂଆପଡ଼ାରେ ୪୨୯୦ ଜଣ ଯୋଗ ଓ ୬୧୨ ଜଣ ବାଦ୍‌ ପଡିଛନ୍ତି ।

ନବରଙ୍ଗପୁରରେ ୭୮୪୯ ଜଣ ଯୋଗ ଓ ୧୪୫୭ ଜଣ ବାଦ୍‌, କଳାହାଣ୍ଡିରେ ୯୯୧୮ ଜଣ ଯୋଗ ଓ ୯୯୮୦ ଜଣ ବାଦ୍‌, କନ୍ଧମାଳରେ ୩୯୦୫ ଜଣ ଯୋଗ ଓ ୨୪୨ ଜଣ ବାଦ୍‌, ବୌଦ୍ଧରେ ୨୪୮୮ ଜଣ ଯୋଗ ଓ ୭୮୪ ଜଣ ବାଦ୍‌, କଟକରେ ୨୫୪୫୬ ଜଣ ଯୋଗ ଓ ୧୬୦୦ ଜଣ ବାଦ୍‌, କେନ୍ଦ୍ରାପଡ଼ାରେ ୮୩୮୧ ଜଣ ଯୋଗ ଓ ୧୫୬ ଜଣ ବାଦ୍‌, ଜଗତସିଂହପୁରରେ ୯୨୩୭ ଜଣ ଯୋଗ ଓ ୩୬୩୯ ଜଣ ବାଦ୍‌ ପଡିଛନ୍ତି ।

ପୁରୀରେ ୧୧୪୫୭ ଜଣ ଯୋଗ ଓ ୧୩୬୭ ଜଣ ବାଦ, ଖୋର୍ଦ୍ଧରେ ୨୫୫୬୨ ଜଣ ଯୋଗ ଓ ୩୯୯୦ ଜଣ ବାଦ୍‌, ନୟାଗଡ଼ରେ ୫୧୧୨ ଜଣ ଯୋଗ ଓ ୨୫୨୬ ଜଣ ବାଦ୍‌, ଗଞ୍ଜାମରେ ୧୯୯୮୫ ଜଣ ଯୋଗ ଓ ୫୮୨୫ ଜଣ ବାଦ, ଗଜପତିରେ ୪୪୫୦ ଜଣ ଯୋଗ ଓ ୪୩ ଜଣ ବାଦ୍‌, ରାୟଗଡ଼ାରେ ୬୨୫୬ ଜଣ ଯୋଗ ଓ ୧୫୦ ଜଣ ବାଦ୍‌, କୋରାପୁଟରେ ୮୩୨୩ ଜଣ ଯୋଗ ଓ ୫୩୪ ଜଣ ବାଦ୍‌ ଏବଂ ମାଲକାନ୍‌ଗିରି ଜିଲ୍ଲାରେ ୫୧୧୯ ଜଣ ଯୋଗ ଓ ୨୭୩ ଜଣ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି ।