Home News in Odia ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତି

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିର୍ଦେଶମତେ ସମ୍ଭାବ୍ୟ ବାତ୍ୟା “ୟଶ” ର ମୁକାବିଲା କରିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଅଗ୍ନିଶମ ମହାନିର୍ଦ୍ଦେଶକ  ଏମ. ଅକ୍ଷୟ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  

ସମସ୍ତ ଅଗ୍ନିଶମ କେନ୍ଦ୍ର ର କର୍ମଚାରୀ ମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ଯଥା: – ପାୱାର ସ, ପାୱାର ବୋଟ, ଲାଇଟ୍ ଇତ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଆଜି ମହାନିର୍ଦ୍ଦେଶକ  ସମ୍ଭାବ୍ୟ ବାତ୍ୟା ରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲା କୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ ।

ପ୍ରଥମେ ମହାନିର୍ଦ୍ଦେଶକ  କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସଦର ମହକୁମା ଠାରେ ଜିଲ୍ଲା ପୁଲିସ ଅଧକ୍ଷଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ବାତ୍ୟା ର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ କରିଥିଲେ ।

ତତପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦୀପ ଠାରେ ଜଗତସିଂହପୁର ପୁଲିସ ଅଧିକ୍ଷକ ତଥା ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ସେମାନଙ୍କର ପ୍ରସ୍ତୁତି ସମ୍ବନ୍ଧ ରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦେଶ ଦେବା ସହ ଜିଲ୍ଲା ର ପୁଲିସ ଓ ପ୍ରଶାସନ ସହ ପୂର୍ଣ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲା ର ଛତା  ଠାରେ ଥିବା ୧୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଓ ଜଗତସିଂହପୁର ଜିଲ୍ଲା ର ପାରାଦୀପ ସ୍ଥିତ ବିଜୁ ଯାତ୍ରୀ ନିବାସ ରେ ଚାଲିଥିବା ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ ।

ଏହି ଅବସର ରେ ମୁତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀ ମାନଙ୍କ ସହିତ ଉକ୍ତ ହସ୍ପିଟାଲ ମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ  ନିର୍ଦେଶ ଦେଇଥିଲେ

LEAVE A REPLY

Please enter your comment!
Please enter your name here