Home Covid ବାତ୍ୟା ପାଇଁ ସଂକ୍ରମଣ କମିଲା

ବାତ୍ୟା ପାଇଁ ସଂକ୍ରମଣ କମିଲା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୭୩୬ କେରୋନା ପଜିଟିଭ । ତେବେ ବାତ୍ୟା ଯୋଗୁଁ ପରୀକ୍ଷା ହ୍ରାସ ପାଇଥିବାରୁ ଏଭଳି କମିଥିବା ଅନୁମାନ କରାଯାଉଛି । ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ନମୂନା ପରୀକ୍ଷା ସଂଖ୍ୟା ୪୬ହଜାରକୁ ହ୍ରାସ ପାଇଥିଲା ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ । ସେହିପରି ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬୧୮ ଛୁଇଁଥିବା ଜଣାଯାଇଛି ।

ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଅନୁଗୁଳ ଜିଲ୍ଲାରୁ । ଏହି ଜିଲ୍ଲାରୁ ୭୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି ୫୩୩ ଜଣ । ସେହିପକରି ବାଲେଶ୍ୱରରୁ ୭୧ ଜଣ, ବରଗଡରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ, ବଲାଙ୍ଗିରରୁ ୧୪୪ ଜଣ, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଗୁଡାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ରୁ ୨୪, କେନ୍ଦୁଝରରୁ ୨୪, କୋରାପୁଟରୁ ୨୧୯, ମାଲକାନିରିରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନପକ୍ଷେ ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାଗୟଡାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୬୭୩୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୨୩ ହଜାର ୬୨୮ ଜଣ ସୁସ୍ଥ ହୋଇସାରିଛନ୍ତି । ୧ଲକ୍ଷ ୬ ହଜାର ୪୪୦ ଜଣ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ସେହିପରି ଆଉ ୩୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି । ୩୪ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି । ସେହିପରି ମୃତକଙ୍କ ମଧ୍ୟରୁ ୧୫ ଜଣ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ୧୩ଟି ଜିଲ୍ଲାରୁ ଏହି ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ ୫ ଜଣ ଅଛନ୍ତି । ଏହା ପଛକୁ ରହିଛନ୍ତି ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲା । ଏହି ଦୁଇ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।