Home News in Odia ବାଚସ୍ପତି ନିରପେକ୍ଷ ହେଲେ ବିଜେପି ସହଯୋଗ କରିବ

ବାଚସ୍ପତି ନିରପେକ୍ଷ ହେଲେ ବିଜେପି ସହଯୋଗ କରିବ

ଭୁବନେଶ୍ୱର : ବିଧାନସଭା ସୁରୁଖୁରୁରେ ଚାଲିବାପାଇଁ ମୁଖ୍ୟ ବିରୋଧିଦଳ ବିଜେପି ଏବେ ବାଚସ୍ପତିଙ୍କ କୋର୍ଟକୁ ବଲ ଫିଙ୍ଗିଛି । ବାଚସ୍ପତି ନିରପେକ୍ଷ ଆଚରଣ କଲେ ସୁରୁଖୁରୁରେ ଚଳାଇବାରେ ଦଳ ସହଯୋଗ କରିବ ବୋଲି ଆଜି ଅନୁଷ୍ଠିତ ବିଧାୟକଦଳ ବୈଠକ ପରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳିନ ଅଧିବେସନରେ ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆଲୋଚନା କରିବ । ଏଥି ସହିତ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ ।

ବିଶେଷ ଭାବେ ରାଜ୍ୟରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ; ମହିଳା ନିର୍ଯ୍ୟାତନା; ଶିଶୁ ଅପହରଣ ଓ ହତ୍ୟା;ମଣ୍ଡି ସମସ୍ୟା; ବେକାରୀ ସମସ୍ୟା;ବ୍ରାଉନସୁଗାର ଓ ଗଞ୍ଜେଇର ବ୍ୟାପକ କାରବାର;ଡବ୍ଲୁଓଡିସି କାଉନସିଲ୍ ଅନିଶ୍ଚିତତା;ରାଜ୍ୟରେ କାମ୍ପା, ଡିଏମ୍‌ଏଫ୍ ଓ ଙଗଈଇଊଉଫଣ୍ଡ୍‌ର ଅର୍ଥ ବାଟମାରଣା ଓ ହରିଲୁଟ; ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟର୍ ହେଲଥ୍ କାର୍ଡର ପ୍ରହେଳିକା;୫ଟି ଜରିଆରେ ବିଦ୍ୟାଳୟ ରୂପାନ୍ତରିକରଣ ପ୍ରହସନ;ମାହାଙ୍ଗା ଡବଲ୍ ମର୍ଡର କେସ୍‌ରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି; ଏସିଏଫ୍ ସୈାମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି;ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ଅବସରରେ ଆଲୋଚନା ହୋଇଥିବା ପ୍ରସଙ୍ଗ ସଂପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇ କହିଛନ୍ତି ।

ମମିତା ମେହେର୍ ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କାରଣରୁ ଏହାକୁ ଭାରତୀୟ ଜନତାପାର୍ଟି ବିଧାୟକ ଦଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହିସାବରେ ନିଆଯାଇଛିା ତା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଧାନମଣ୍ଡି ଓ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଆଜି ବି ଲାଗିରହିଛି ।ଡବ୍ଲୁଓଡିସି କାଉନସିଲ୍‌ର ଗଠନ ଆଜିପର୍ଯ୍ୟନ୍ତ ହୋଇପାରିଲାନାହିଁ ଏବଂ ବିନା ଅନୁମୋଦନରେ ସମସ୍ତ ଅର୍ଥକୁ ଖର୍ଚ୍ଚ କରାଯାଉଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ୍ କାର୍ଡ ପାଇଁ ବଜେଟ୍‌ରେ ଅର୍ଥ ବରାଦ ହୋଇନାହିଁ, ରୋଗୀକୁ କୌଣସି ପ୍ରକାର ସୁବିଧା ମିଳୁନାହିଁ, ଚିକିତ୍ସା ନପାଇ ରୋଗୀ ଫେରୁଛି କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିର୍ବାଚନ ପରିପ୍ରେକ୍ଷୀରେ ଚିକିତ୍ସା ମିଳିବ ବୋଲି ମିଛ ପ୍ରଚାର କରୁଛନ୍ତି ।୫ଟିମାଧ୍ୟମରେ ୧୭୮ଟି ସ୍କୁଲ ରୂପାନ୍ତରିଣ ହୋଇଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାଁନ୍ତି । ଏହା ସହିତ ପୌରାଂଚଳରେ ଉନ୍ନତିକରଣ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେବ୍ୟାପକ ଦୁର୍ନୀତି ଚାଲିଛି । ବାଚସ୍ପତି ଯଦି ନିରପେକ୍ଷତା ଅବଲମ୍ବନ କରି ଆଲୋଚନା ପାଇଁ ନିଷ୍ପତି ନିଅନ୍ତି, ତାହାଲେବିଜେପି ଗୃହ ଚଲାଇବା ପାଇଁ ସଂପୂର୍ଣ୍ଣ ସହଯୋଗ କରିବା ସହ ରାଜ୍ୟର ସ୍ୱାର୍ଥ ସଂପର୍କିତ ସମସ୍ତ ଆଲୋଚନାରେ ଭାଗ ନେବବୋଲି ଶ୍ରୀ ମାଝୀ ସୂଚନା ଦେଇ କହିଛନ୍ତି ।

କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଂଟନ କରାଯାଉଛି । ଓଡିଶାବାସୀଙ୍କ ମୈାଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ଅଧିବେସନରେବିଜେପି ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆସନ୍ତା କାଲିଠୁ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକ ବିଧାୟିକାମାନେ ଉପସ୍ଥିତ ଥିଲେ ।