Home General ବାଚସ୍ପତିଙ୍କୁ ଭେଟିଲେ ୟୁନିସେଫ ପ୍ରତିନିଧି

ବାଚସ୍ପତିଙ୍କୁ ଭେଟିଲେ ୟୁନିସେଫ ପ୍ରତିନିଧି

ଭୁବନେଶ୍ୱର : ୟୁନିସେଫ ଓଡ଼ିଶା ଶାଖାର ପ୍ରତିନିଧି ମଣ୍ଡଳୀ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିସେଫ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶିଶୁ ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେମାନେ ମଧ୍ୟ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି ସହ ଆବଶ୍ୟକୀୟ ଆଲୋଚନା କରିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ ।

ବାଚସ୍ପତି ଡ଼ଃ ପାତ୍ର ମଧ୍ୟ ଗୃହ କମିଟି ଅଧ୍ୟକ୍ଷା ଉଷା ଦେବୀଙ୍କ ସହ ଆଲୋଚନା କରି ଆଗାମୀ ଦଶହରା ଛୁଟି ପରେ ଏ ସଂକ୍ରାନ୍ତରେ ବୈଠକ ଆହୂତ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ମହିଳା ଓ ଶିଶୁ ବାକାଶକୁ ଅଗ୍ରାଧିକାର ଦେଉଥିବା ଦୃଷ୍ଟିରୁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଙ୍ଗନୱାଡି କର୍ମକର୍ତ୍ତାଙ୍କ ସହ ସୁସମନ୍ୱୟ ରକ୍ଷା କରି ୟୁନିସେଫ କାର୍ଯ୍ୟ କରିବା ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ପରାମର୍ଶ ଦେଇଥିଲେ ।

୧୫ତମ ଅର୍ଥ କମିଶନ ଏବଂ କେନ୍ଦ୍ର ସରକାରଙ୍କ ପଞ୍ଚାୟତରାଜ ବିଭାଗ ତରଫରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଥିବା ୟୁନିସେଫ ପ୍ରତିନିଧିମାନେ ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ୟୁନିସେଫ ଓଡ଼ିଶା ଶାଖା ମୁଖ୍ୟ ମୋନିକା ନେଲସନ, ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଏବଂ ସାମାଜିକ ନୀତି ନିର୍ଦ୍ଧାରଣ ବିଶେଷଜ୍ଞ ସୋମେନ୍ ରାୟ ବାଚସ୍ପତିଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here