Home Agriculture ବଳଦ ଟଣ। ଲଘୁ ଦାନା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ବଳଦ ଟଣ। ଲଘୁ ଦାନା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ଭୁବନେଶ୍ୱର :  ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କନ୍ଧମାଳ, ସହକାରୀ  କୃଷି ଅଧିକାରୀ ରାଇକିଆ ଓ ବେସରକାରୀ ସଂସ୍ଥା ସ୍ଵାତି  ତଥା ଓଡିଶା ମିଲେଟ ମିଶନ କନ୍ଧମାଳର ସହାୟତାରେ କନ୍ଧମାଳ ଜିଲ୍ଲାର ରାଇକିଆ  ବ୍ଲକର କରଡ। ଗ୍ରାମଠାରେ ବଳଦ ଟଣ।ଚାରି ଧାଡ଼ିଆ ଲଘୁ ଦାନା ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ  କନ୍ଧମାଳର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ ଶତପଥୀ,  କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, ଡଃ ନାରାୟଣ ବାର, କୃଷି ଯାନ୍ତ୍ରିକ ବୈଜ୍ଞାନିକ ଇଂ ସଂଘମିତ୍ରା ବିଶ୍ୱାଳ, ସହକାରୀ କୃଷି ଅଧିକାରୀ, ରାଇକିଆ, ସୁଦୀପ୍ତ। ପ୍ରଧାନ, ଓ ବେସରକାରୀ ସଂସ୍ଥା ସ୍ଵାତିର ସଂଯୋଜକ ଶ୍ରୀଯୁକ୍ତ ଗିରିଶ ସାମଲ ଓ ଅନ୍ୟାନ୍ୟ  କର୍ମକର୍ତ୍ତାଗଣ ଯୋଗଦେଇ ଲଘୁ ଦାନା ଶସ୍ୟଚାଷରେ ଧାଡିବୁଣା ପାଇଁ ପ୍ରକଳ୍ପ ତରଫରୁ ବିକଶିତ ଓୟୁଏଟି ବଳଦ ଟଣIଚାରି  ଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜର।, ବିଳସୁଆଁ , ଜହ୍ନ। ଇତ୍ୟାଦି ଲଘୁ ଦାନା ଶସ୍ୟ ଧଡ଼ିବୁଣାର କ୍ଷେତ୍ର ପ୍ରଦର୍ଶନ ଦେଖିଥିଲେ ।

ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବଳଦ ଟଣIଚାରି  ଧାଡ଼ିଆ ଲଘୁ ଦାନା  ମଞ୍ଜି ବୁଣା ଯନ୍ତ୍ରର ବିକାଶ, ବ୍ୟବହାର, ଉପାଦେୟତା, ମରାମତି ତଥା ନିୟନ୍ତ୍ରଣ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସହକାରୀ କୃଷି ଅଧିକାରୀ, ରାଇକିଆ, ଶ୍ରୀମତୀ ସୁଦୀପ୍ତ। ପ୍ରଧାନ, ଓ ବେସରକାରୀ ସଂସ୍ଥା ସ୍ଵାତିର ସଂଯୋଜକ ଗିରିଶ ସାମଲ ଏହି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରକାରର ଲଘୁ ଦାନା ଯଥା: ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନ। , ବିଲ ସୁଆଁ, ଓ ବାଜର। ଆଦିର ଧାଡି ବୁଣା କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବରେ ସଫଳତାର ସହ ପରିଚାଳନା କରିଥିଲେ । 

ଏହି ଯନ୍ତ୍ର ସାହାଯ୍ୟରେ ହଳେ ମଝିଅ।ଳୀ ବଳଦଦ୍ୱାରା ପ୍ରାୟ ଚାରି  ଘଣ୍ଟା ମଧ୍ୟରେ ଏକ ଏକର ଜମିରେ ଧାଡିରେ ଆବଶ୍ୟକୀୟ ବ୍ୟବଧାନରେ ଅନୁମୋଦିତ ପରିମାଣରେ  ଅର୍ଥାତ ଏକର ପିଛା ୨ କେଜି ହିସାବରେ ମଞ୍ଜି ବୁଣା ଯାଇପାରୁଛି । ପ୍ରକାଶ ଥାଉ କି ଗତ ଖରିଫଋତୁରେ କନ୍ଧମାଳ ଜିଲ୍ଲାରେ ୫ଟି ବ୍ଲକରେ ଜିଲ୍ଲା କୃଷି ବିଭାଗ,  ବେସରକାରି ସଂସ୍ଥା ଓ ଓୟୁଏଟିର ମିଳିତ ଉଦ୍ୟମରେ ଲଘୁ ଦାନା  ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣାପାଇଁ ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା ଓ ଏଥି ନିମନ୍ତେ ମିଳିତ ଉଦ୍ୟମରେ ଏହି ଅଂଚଳର ଚାଷୀମାନଙ୍କୁ ନେଇ  ଅନଲାଇନ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା ।

ଜିଲ୍ଲା କୃଷି ଅଧିକାରୀ, ଓଡିଶା ମିଲେଟ ମିଶନର ଜିଲ୍ଲା ସଂଯୋଜକ ଓ ଉପସ୍ଥିତ ଅନ୍ୟ କୃଷି ବିଭାଗର ଅଧିକାରୀ ମାନେ ଆଗାମୀ ଦିନରେ ବିଭିନ୍ନ ଲଘୁ ଦାନା ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ । ସମ୍ପ୍ରତି ଲଘୁ ଦାନା ଶସ୍ୟ ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କରାଗଲେ ଛଟା ବୁଣା ତୁଳନାରେ ପ୍ରାୟ ଅଧା ବିହନରେ ଅର୍ଥାତ ଏକର ପିଛା ମାତ୍ର ୨ ରୁ ୨.୫ କେଜି ବିହନରେ ମାଣ୍ଡିଆ, ସୁଆଁ,  ଇତ୍ୟାଦି ଲଘୁ ଦାନା  ଚାଷ କରାଯାଇପାରିବ ଓ ଉତ୍ପାଦନ  ଶତକଡା ୨୦ ଭାଗ ଯାଏଁ ବଢିପାରିବ ବୋଲି ବିଶେଷଣଜ୍ଞ ମାନେ ମତ ରଖିଥିଲେ ଯାହାକି ଏହି ଅଂଚଳର ଚାଷୀମାନଙ୍କ ପାଇଁ ବିଶେଷ ଲାଭଜନକ ହେବ ଏଥିରେ ସନ୍ଦେହ ନାହିଁ । 

ଏତଦ ବ୍ୟତୀତ ମାଣ୍ଡିଆ ଚାଷରେ ତଳି ରୁଆ ତୁଳନାରେ ଧାଡି  ବୁଣା କରିପାରିଲେ ଚାଷ ଖର୍ଚ, ସମୟ, ପରିଶ୍ରମ, ଲୋକବଳ ଇତ୍ୟାଦି ଆଶାତୀତ ଭାବରେ କମାଯାଇପାରିବ; ଫଳରେ ନିର୍ଦିଷ୍ଟ ସମୟମଧ୍ୟରେ ଅଧିକ ଜମିରେ ମାଣ୍ଡିଆ ଚାଷ କରାଯାଇପାରିବ । ଏହି ଯନ୍ତ୍ର ସାହାଯ୍ୟରେ ମାତ୍ର ୩-୪ ଘଂଟାରେ ଏକ ଏକର ଜମିରେ ଧାଡି ବୁଣା କର ଯାଉଥିବା ବେଳେ ଲଙ୍ଗଳା ସିଆର ରେ ହାତରେ ମଞ୍ଜି ବୁଣିଲେ ଏକର ପିଛା ପ୍ରାୟ ୧୬-୧୮ ଘଣ୍ଟା ସମୟ ଲାଗିଥାଏ ଓ ମଞ୍ଜି ପକାଇବାପାଇଁ ପ୍ରାୟ ୭-୮ ଜଣ ଶ୍ରମିକ ଅଧିକ ଲାଗିଥାନ୍ତି ।

ତେବେ ପ୍ରକଳ୍ପ ତରଫରୁ ଏହିସବୁ ଧାଡି ବୁଣା ଯନ୍ତ୍ର ଗୁଡିକ ଉପରେ ସରକାରୀ ରିହାତିର ବ୍ୟବସ୍ଥା କରାଯିବାପାଇଁ ପ୍ରୟାସ ଜାରି ରହିଛି ଓ  ଚାଷୀଭାଇ ମାନେ ଏହିପରି ଯନ୍ତ୍ର ଗୁଡିକର ସହଜରେ ବ୍ୟବହାର  କରି ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି ।  ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୧୫ ଟି ଜିଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇ ମାନଙ୍କୁ ଲଘୁଦ।ନା ଶସ୍ୟ ଚାଷ ପାଇଁ ଅନେକ ପ୍ରୋତ୍ସାହନ ଯୋଗାଇଦିଆଯାଉଛି ।

ଏହି ଯନ୍ତ୍ରର ସଫଳ ବ୍ୟବହାର କରି ଉକ୍ତ ବର୍ଗର ଚାଷୀଭାଇମାନେ ବିଶେଷ ଉପକୃତ ହୋଇପାରିବେ ।  ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ  କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି  କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ ।