Home News in Odia ବନ୍ଧା ହେଲେ ବିଜେପି ବିଧାୟକ

ବନ୍ଧା ହେଲେ ବିଜେପି ବିଧାୟକ

ଭୁବନେଶ୍ୱର: ଦେଓଗଡ ଜିଲ୍ଲାର ବିଡିଓ ଭାବରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ରାଜ୍ୟ ପୋଲିସ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିଛି ।

ଦେବଗଡ ଜିଲ୍ଲା ପୋଲିସ ଟିମ୍ ଶ୍ରୀ ପାଣିଗ୍ରାହିଙ୍କ ସହିତ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଗିରଫ କରିଛି ।

ସେମାନେ ହେଉଛନ୍ତି ଅକାଳୁ ଧଳ ଏବଂ କୁମରମଣି ସାହୁ । ଏପ୍ରିଲ ୩୦ତାରିଖରେ ଭାଲିଆଗୁଡା ଗ୍ରାମରେ ତିଲେଇବଣି ବିଡିଓଙ୍କୁ ବିଧାୟକ ଏବଂ ତାଙ୍କ ସହାୟକମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଦେବଗଡ ପୋଲିସ ଷ୍ଟେସନରେ ଏଫ୍‌ଆଇଆର୍ କରିଥିଲେ ।

ସୂଚନାନୁସାରେ, ବିଡିଓ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବିଧାୟକ ତାଙ୍କୁ ଅଫିସରେ ପାଇ ନଥିଲେ । ବାସ୍ତବରେ ସେ କିଛି ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଥାନାରେ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ବରିଷ୍ଠ ଅଧିକାରୀଙ୍କୁ ବିଧାୟକ ଏବଂ ତାଙ୍କ ସହାୟକମାନେ ପିଟିବା ସହିତ ତାଙ୍କ ମୁହଁରେ ଏବଂ ଶରୀରର ଅନ୍ୟ ଅଙ୍ଗରେ ବିଧା ଗୋଇଠାମାରି ଆଘାତ କରିଥିଲେ ।

ଶ୍ରୀ ଦଳପତି ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ କରି ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହି ମଧ୍ୟ ବିଡିଓଙ୍କ ବିରୋଧରେ ପାଲଟା ଏଫଆଇଆର ଦାଖଲ କରିଛନ୍ତି ।

ଦେବଗଡ ଏସପି ରାଜ କିଶୋର ପାଇକରାୟ କହିଛନ୍ତି ଯେ ବିଧାୟକ ଏବଂ ବିଡିଓ ଦାଖଲ କରିଥିବା ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।

ରାଜ୍ୟ ବିଜେପି ମୁଖପାତ୍ର ଗୋଲାକ ମହାପାତ୍ର ପୋଲିସର କାର୍ଯ୍ୟକୁ ନିନ୍ଦା କରିବା ସହ ଏହା ପୂର୍ବ ଯୋଜନା ବୋଲି କହିଛନ୍ତି ।

ବିଡିଓ ତାଙ୍କ କଲର ଧରିଥିଲେ ଏବଂ ତାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ କରି ବିଧାୟକ ପ୍ରଥମେ ଏଫ୍‌ଆଇଆର୍ ଦାଖଲ କରିଥିଲେ । ହେଲେ ଶ୍ରୀ ଦଳପତିଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ତେବେ ଶାସକ ବିଜେଡି କହିଛି ଯେ ଆଇନ ତା ବାଟରେ ଯିବା ଉଚିତ୍‍ । କାର୍ଯ୍ୟରତ ଥିବା ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଠିକ୍ ନୁହେଁ । ପୋଲିସ ସଠିକ୍ ନିଷ୍ପତ୍ତି ନେଇଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

ଚଳିତ ବର୍ଷ ଓଡିଶାରେ ଜଣେ ବିଧାୟକ ଗିରଫ ହେବାର ଏହା ପ୍ରଥମ ଘଟଣା ନୁହେଁ । ଚିଲିକାରୁ ନିଲମ୍ବିତ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାର୍ଚ୍ଚ ମାସରେ ତାଙ୍କ କାର ପଞ୍ଚାୟତ ନିର୍ବାଚନ ସମୟରେ ଭିଡ ଉପରେ ଚଢାଇ ଅନେକଙ୍କୁ ଆହତ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ଜାନୁୟାରୀ ମାସରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ତାଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ବୋର୍ଡର ଉପ ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକ ଏବଂ ସହକାରୀ ନିର୍ଦ୍ଦେଶକ ଦେବଶିଷ ମହାପାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ନିକଟରେ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିଥିବା ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆସିଥିଲା ।