Home Administration ବନାଗ୍ନି ପରିଚାଳନା ପାଇଁ ଟାସ୍କଫୋର୍ସ

ବନାଗ୍ନି ପରିଚାଳନା ପାଇଁ ଟାସ୍କଫୋର୍ସ

333
0

ଭୁବନେଶ୍ୱର : ରାଜ୍ୟରେ ବନାଗ୍ନି ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ପୂର୍ବତନ ପ୍ରଧାନ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ, ଶଶୀ ପଲ୍‌, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ), ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନ୍‌ର ମହାନିର୍ଦ୍ଦେଶକପଙ୍କଜ ଅଗ୍ରୱାଲ, ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ଫରେଷ୍ଟି୍ର ରିସର୍ଚ୍ଚ ଆଣ୍ଡ ଏଜୁକେସନ, ଡେରାଡୁନ୍‌ର ମହାନିର୍ଦ୍ଦେଶକଙ୍କ ପ୍ରତିନିଧି, ନ୍ୟାସନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର, ହାଇଦ୍ରାବାଦର ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ, ଓର୍‌ସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି.କେ. ମଲ୍ଲିକ, ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ ସୋସାଇଟିର ସମ୍ପାଦକ ଜେ.କେ. ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ, ବାରିପଦା ଏହାର ସଦସ୍ୟବୃନ୍ଦ ଓ ଜିତେନ୍ଦ୍ର କୁମାର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ଭାରପ୍ରାପ୍ତ) ଏହି ଟାସ୍କ ଫୋର୍ସର ସଦସ୍ୟ ସଚିବ ରୂପେ କାର୍ଯ୍ୟ ତୁଲାଇବେ ।

ବନାଗ୍ନି ଘଟଣାବଳୀ, ଏଗୁଡ଼ିକର କାରଣ ଓ ତୁରନ୍ତ ଅଗ୍ନିନିର୍ବାପନର ସମୀକ୍ଷା, ପ୍ରଚଳିତ ଥିବା ଅଗ୍ନିନିର୍ବାପକ ପ୍ରୋଟୋକଲ ଓ ଜିଓମାଟି୍ରକ୍ସ ଆଧାରିତ ଅଗ୍ନି ସୂଚନା ବ୍ୟବସ୍ଥାରେ ଉନ୍ନତି ପାଇଁ
ପଦକ୍ଷେପ ଉପରେ ପ୍ରସ୍ତାବ, ବନାଗ୍ନି ପରିଚାଳନା ଓ ପ୍ରତିରୋଧ କ୍ଷେତ୍ରରେ ଅଧିକରୁ ଅଧିକ ଗୋଷ୍ଠୀ ସମ୍ପୃକ୍ତି ପାଇଁ ପ୍ରସ୍ତାବ, ବନାଗ୍ନି ପ୍ରଭାବିତ ଅଞ୍ଚଳରେ ବନ୍ୟପ୍ରାଣୀ ଓ ଜୈବବିବିଧତାରେ କ୍ଷୟକ୍ଷତି
ଆକଳନ ଓ ଏହି ସମସ୍ୟାର ସମୁଚିତ ସମାଧାନ ପାଇଁ ପ୍ରସ୍ତାବ, ଅଗ୍ନି ପ୍ରତିରୋଧକ ଓ ଅଗ୍ନି ସୁପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ବିବିଧ ପ୍ରସ୍ତାବ ପ୍ରଦାନ ଏହି ଟାସ୍କ ଫୋର୍ସର ମୁଖ୍ୟ କାର୍ଯ୍ୟ ହେବ ।

LEAVE A REPLY

Please enter your comment!
Please enter your name here