Home News in Odia ବଦଳିଲେ ନୟାଗଡ ଏସ୍‍ପି

ବଦଳିଲେ ନୟାଗଡ ଏସ୍‍ପି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ କରିବା ସହିତ ନୟାଗଡ ଏସ୍‍ପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରିଛନ୍ତି । ୨୦୧୫ ବ୍ୟାଚ୍‍ ଆଇପିଏସ୍‍ ଶ୍ରୀ ଦିବାକରଙ୍କୁ ଏଆଇଜି ମୁଖ୍ୟ ଦପ୍ତରକୁ ବଦଳି କରାଯାଇଛି । ତାଳଚେର ଏସ୍‍ଡିପିଓ ଥିବା ୨୦୧୭ ବ୍ୟାଚ୍‍ ଆଇପିଏସ୍‍ ସିଦ୍ଧାର୍ଥ କାଟେରିଆଙ୍କୁ ନୟାଗଡ ଏସ୍‍ପି ଦାୟିତ୍ୱ ମିଳିଛି ।

ସେହିଭଳି ୨୦୦୨ ବ୍ୟାଚ୍‍ ଆଇପିଏସ୍‍ ନରସିଂହ ଭୋଳଙ୍କୁ ଆଇଜିପି, ସମ୍ବଲପୁର ଭାବେ ବଦଳି କରାଯାଇଥିବାବେଳେ ଭଦ୍ରକ ଏସ୍‍ପି ଥିବା ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ କୋରାପୁଟ ଡିଆଇଜି ଭାବେ ନିଯୁକ୍ତି ମିଳିଛି ।

୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ ଅହମ୍ମଦଙ୍କୁ ଡିଆଇଜି, ଟେକ୍ନିକାଲ ଭାବେ ବଦଳି ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‍ପି ଥିବା ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ଡିଆଇଜି ଦାୟିତ୍ୱ ମିଳିଛି । ୨୦୦୭ ଚ୍ୟାଚ୍‍ ଆଇପିଏସ୍‍ ଅଶ୍ୱିନୀ କୁମାରଙ୍କୁ ଡିଆଇଜି ଏସ୍‍ଏପି ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡା ଏସ୍‍ପି ଥିବା ୨୦୦୭ ବ୍ୟାଚ୍‍ର ନୀତି ଶେଖରଙ୍କୁ ଅତିରିକ୍ତ ଟିସି (ଏନ୍‍ଫୋର୍ସମେଣ୍ଟ) ଦାୟିତ୍ୱ ଦିଆଯାଇଛି ।

କଳାହାଣ୍ଡି ଏସ୍‍ପି ଥିବା ୨୦୧୧ ବ୍ୟାଚ୍‍ ଆଇପିଏସ୍‍ ବି.ଗଙ୍ଗାଧରଙ୍କୁ ସମ୍ବଲପୁର ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ଯାଜପୁର ଏସ୍‍ପି ଥିବା ୨୦୦୯ ବ୍ୟାଚ୍‍ ଆଇପିଏସ୍‍ ଚରଣ ସିଂହ ମୀନାଙ୍କୁ ଭଦ୍ରକ ଏସ୍‍ପି ଭାବେ ବଦଳି କରାଯାଇଛି । ସେହିଭଳି ରାଉରକେଲା ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିବା ୨୦୧୦ ବ୍ୟାଚ୍‍ ଆଇପିଏସ୍‍ କେ.ଶିବା ସୁବ୍ର୍ୟମଣିଙ୍କୁ ଢେଙ୍କାନାଳ ଏସ୍‍ପି ଦାୟିତ୍ୱ ଦିଆଯାଇଥିବାବେଳେ ଝାରସୁଗୁଡା ଏସ୍‍ପି ଥିବା ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ରାହୁଲ ପିଆରଙ୍କୁ ଯାଜପୁର ଏସ୍‍ପି ଭାବେ ବଦଳି କରାଯାଇଛି ।

ବଲାଙ୍ଗିର ଏସ୍‍ପି ଥିବା ୨୦୧୨ ବ୍ୟାଚ୍‍ ଆଇପିଏସ୍‍ ମଦକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ କୋରାପୁଟ ଏସ୍‍ପି ଥିବା ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସ୍‍ପି ଭାବେ ବଦଳି କରାଯାଇଛି ।

ରାୟଗଡା ଏସ୍‍ପି ଥିବା ୨୦୧୫ ବ୍ୟାଚ୍‍ ଆଇପିଏସ୍‍ ଶ୍ରବଣା ବିବେକ ଏମ୍‍ଙ୍କୁ କଳାହାଣ୍ଡି ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ନବରଙ୍ଗପୁର ଏସ୍‍ପି ଥିବା ୨୦୧୫ ବ୍ୟାଚ୍‍ ଆଇପିଏସ୍‍ କୁଶଲକର ନିତିନ ଡଗଡୁଙ୍କୁ ବଲାଙ୍ଗିର ଏସ୍‍ପି ଦାୟିତ୍ୱ ମିଳିଛି । ଏଆଇଜି ମୁଖ୍ୟ ଦପ୍ତରରେ ଥିବା ୨୦୧୪ ବ୍ୟାଚ୍‍ ଆଇପିଏସ୍‍ ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସ୍‍ପି ଭାବେ ବଦଳି କରାଯାଇଛି ।

ଜୟପୁର ଏସ୍‍ଡିପିଓ ଥିବା ୨୦୧୬ ବ୍ୟାଚ୍‍ ଆଇପିଏସ୍‍ ବରୁଣ ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସ୍‍ପି ଭାବେ ବଦଳି କରାଯାଇଛି । ତାଳଚେର ଏସ୍‍ଡିପିଓ ଥିବା ୨୦୧୭ ବ୍ୟାଚ୍‍ ଆଇପିଏସ୍‍ ସିଦ୍ଧାର୍ଥ କାଟେରିଆଙ୍କୁ ନୟାଗଡ ଏସ୍‍ପି ଦାୟିତ୍ୱ ମିଳିଛି ।

ମାଲକାନଗିରି ଏସ୍‍ଡିପିଓ ଥିବା ୨୦୧୭ ବ୍ୟାଚ୍‍ ଆଇପିଏସ୍‍ ପ୍ରହଲାଦ ସହାଇ ମୀନାଙ୍କୁ ନବରଙ୍ଗପୁର ଏସ୍‍ପି ଭାବେ ବଦଳି କରାଯାଇଥିବାବେଳେ ପୁଲିସ ମୁଖ୍ୟାଳୟରେ ଥିବା ୨୦୦୯ ବ୍ୟାଚ୍‍ ଆଇପିଏସ୍‍ ଅଖିଳେଶ୍ୱର ସିଂହଙ୍କୁ ଏସ୍‍ଓଜି କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି । ନିକଟରେ ଶ୍ରୀ ସିଂହ ପୁରୀରୁ ପୁଲିସ୍‍ ମୁଖ୍ୟାଳୟକୁ ବଦଳି ହୋଇଥିଲେ ।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ସତ୍ୟଜିତ ନାୟକଙ୍କୁ ଏସ୍‍ପି, କମ୍ପ୍ୟୁଟର ପଦବୀକୁ ବଦଳି କରାଯାଇଥିବାବେଳେ ଭଦ୍ରକର ଅତିରିକ୍ତ ଏସ୍‍ପି ଥିବା ଓପିଏସ୍‍ ଅଧିକାରୀ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଏସ୍‍ପି ଦାୟିତ୍ୱ ମିଳିଛି ।

LEAVE A REPLY

Please enter your comment!
Please enter your name here