Home Agriculture ବଢୁଛନ୍ତି ଶଙ୍କର ଜାତୀୟ ଗୋ ସମ୍ପଦ

ବଢୁଛନ୍ତି ଶଙ୍କର ଜାତୀୟ ଗୋ ସମ୍ପଦ

ଭୁବନେଶ୍ୱର : ରାଜ୍ୟରେ ଶଙ୍କର ଜାତୀୟ ଗୋ ସମ୍ପଦର ସଂଖ୍ୟା ବୃଦ୍ଧି ହେଉଛି । ଏଥି ସହିତ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦୁଇ ଦଶନ୍ଧିରେ ୩ଗୁଣ ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଶଙ୍କର ଜାତୀୟ ଗୋସମ୍ପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୦୧ ମସିହାରେ ଶଙ୍କର ଜାତୀୟ ଗାଈଗୋରୁଙ୍କ ସଂଖ୍ୟା ପ୍ରାୟ ୮,୭୧,୦୦୦ ରୁ ବୃଦ୍ଧି ପାଇ ୨୦୧୯ ମସିହାରେ ୧୫,୮୦,୦୦୦ ରେ ପହଞ୍ଚିଛି ।

ଗତ ଦୁଇ ଦଶକରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୩ଗୁଣ ବଢିଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ହଜାର ମେଟ୍ରିକ ଟନ୍‍ ଥିବାବେଳେ ୨୦୨୦ ମସିହାରେ ଏହା ୨୩ଲକ୍ଷ ୭୦ହଜାର ଟନ୍‍କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ମୋଟ୍‍ ୯୨୫ଟି ପ୍ରାଣୀ ଚିକିତ୍ସକ ପଦବୀ ମଧ୍ୟରୁ ୫୭୪ଜଣ କାର୍ଯ୍ୟରତ ଅଛନ୍ତି ଓ ଅବଶିଷ୍ଟ ୩୫୧ ପଦବୀ ପୂରଣ ପାଇଁ ଓଡିଶା ରାଜ୍ୟ ଲୋକସେବା ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି । ଏହାଛଡା ୩୫୫ଟି ମଞ୍ଜୁରୀପ୍ରାପ୍ତ ଗୋଷ୍ଠି ପ୍ରାଣୀ ଚିକିତ୍ସକ ପଦବୀ ମଦ୍‍ୟରୁ ୨୮୬ଜଣ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟରେ ମୋଟ୍‍ ୩୩୩୦ଟି ମଞ୍ଜୁରୀପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୧୭୮୩ ଜଣ କାର୍ଯ୍ୟରତ ଅଛନ୍ତି ଓ ୫୬୫ ଟି ପ୍ରାଣୀଧନ ନିରୀକ୍ଷକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି । (ତଥ୍ୟ)